ନୂଆପଡ଼ା ବିଡ଼ିଓଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗ
ନୂଆପଡ଼ା, ୧୯ ଜାନୁଆରୀ (ହିସ)- ନୂଆପଡ଼ା ଜିଲ୍ଲା ସଦର ବ୍ଲକ ବିଡ଼ିଓ ରୋହିତ ଭୋଇଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବୀରେ ଦୁଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି । ବ୍ଲକର ଭଇସାଟାଲ ଗ୍ରାମର ଉତ୍ୟକ୍ତ କିଛି ଲୋକ ବିଡ଼ିଓଙ୍କୁ ଦୁର୍ବ୍ୟବହାର
Nuapada bdo nku mada


ନୂଆପଡ଼ା, ୧୯ ଜାନୁଆରୀ (ହିସ)- ନୂଆପଡ଼ା ଜିଲ୍ଲା ସଦର ବ୍ଲକ ବିଡ଼ିଓ ରୋହିତ ଭୋଇଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବୀରେ ଦୁଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି । ବ୍ଲକର ଭଇସାଟାଲ ଗ୍ରାମର ଉତ୍ୟକ୍ତ କିଛି ଲୋକ ବିଡ଼ିଓଙ୍କୁ ଦୁର୍ବ୍ୟବହାର କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବ୍ଲକ ପ୍ରଶାସନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଭଇସାଟାଲ ନାମକ ନୂତନ ପଞ୍ଚାୟତ ଗଠନ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଗଠନ ନେଇ ଭଇସାଟାଲ ଏବଂ ବଲୋଦା ଗ୍ରାମ ମଧ୍ୟରେ ବିବାଦ ହୋଇଥିଲା। ବଲୋଦା ଗ୍ରାମ ଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି। ଭଇସାଟାଲ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦେଇଥିବା ବେଳେ ଆଜି ନୂଆପଡ଼ା ବିଡ଼ିଓଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ। ବ୍ଲକ୍ କାର୍ଯ୍ୟାଳୟ ମଧ୍ୟରେ ଗ୍ରାମବାସୀ ଏବଂ ବିଡ଼ିଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ବେଳେ ଉତ୍ୟକ୍ତ କିଛି ବ୍ୟକ୍ତି ବିଡ଼ିଓଙ୍କୁ ମାଡ ମାରିଥିଲେ । ଏନେଇ ବିଡିଓ ନୂଆପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ନେଇ ନୂଆପଡ଼ା ଏସଡିପିଓ ସ୍ବାଧୀନ ମିଶ୍ର ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ କରି ବିଡ଼ିଓଙ୍କୁ ମାଡ଼ ମାରିଥିବା ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ନୂଆପଡ଼ା ଏସପି ଅମ୍ରିତ ପାଲ ସିଂ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande