
ଭଦ୍ରକ, ୧୯ ଜାନୁଆରୀ (ହି.ସ.)- ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକ ସେବା କେନ୍ଦ୍ରରେ ଆଦିପିତା ପ୍ରଜାପିତା ବ୍ରହ୍ମବାବା ଙ୍କ ୫୭ ତମ ସ୍ମୃତି ଦିବସ ପାଳିତ ହୋଇ ଯାଇଛି। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ପ୍ରଜାପିତା ବ୍ରହ୍ମା ବାବା ଜଣେ ସରଳ, ସଚ୍ଚୋଟ ଓ ଆଧ୍ୟାତ୍ମିକ ରୁଚି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ।ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ ତାଙ୍କର ମହାମନ୍ତ୍ର ଥିଲା।ପରମାତ୍ମା ଙ୍କ ପ୍ରଦତ ଭାରତର ସର୍ବଶ୍ରେଷ୍ଠ ପ୍ରାଚୀନ ରାଜଯୋଗ କୁ ସାରା ବିଶ୍ୱରେ ପହଂଚାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ନାରୀ ଶକ୍ତିକୁ ସେ ବହୁତ ସମ୍ମାନ କରୁଥିଲେ।ଦିବ୍ୟ ଗୁଣର ଧନୀ ବ୍ରହ୍ମା ବାବା ଜଣେ ଉଦାର ବ୍ୟକ୍ତି ଥିଲେ।ମନରେ ନିରାକାର ପରମାତ୍ମା ଙ୍କ ସ୍ମୃତି, ବଚନର ନିରଅହଙ୍କାରୀତା, କର୍ମରେ ନିର୍ବିକରୀ ଗୁଣ କୁ ଧାରଣ କରିଥିଲେ।ଶାନ୍ତିଦୂତ୍ ରୂପରେ ଓମ ଶାନ୍ତି ର ମହାମନ୍ତ୍ର କୁ ସାରା ବିଶ୍ୱରେ ପହଂଚାଇଥିଲେ ।ଏହିପରି ଏକ ଦିବ୍ୟ ମାନବଙ୍କ ର ସ୍ମୃତି ଦିବସ ରେ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଶତାଧିକ ଭାଇ ଭଉଣୀ ଓ ଜନ ସାଧାରଣ ଉପସ୍ଥିତ ହୋଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।କାର୍ଯକ୍ରମରେ ସାମୁହିକ ଯୋଗ ଦିନ ୧୨ ଘଟିକା ପର୍ଯ୍ୟନ୍ତ ହୋଇଥିଲା। ବ୍ରହ୍ମାକୁମାରୀ ଭଦ୍ରକ ର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀ ବ୍ରହ୍ମା ବାବାଙ୍କ ଉଦ୍ୟେଶରେ ମୂରଲୀ କ୍ଲାସ କରାଇବା ସହ ଅବ୍ୟକ୍ତ ପାଳନା ର ଅନୁଭବ କରାଇ ଥିଲେ।ବ୍ରହ୍ମା ବାବା ଙ୍କ ଉଦ୍ୟେଶ ରେ ନିର୍ମିତ ସ୍ମୃତିସ୍ତମ୍ୱ ରେ ସମସ୍ତେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ପ୍ରସାଦ ସ୍ୱୀକାର କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ