ପିତ୍ତଳ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ
ଗଞାମ, ୧୯ ଜାନୁଆରୀ (ହି.ସ.)- ପିତ୍ତଳ ପଂଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ବିଡିଓ ତୃପ୍ତିମୟୀ ଜେନାଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚାସୀନ ଥିଲେ ତହସିଲଦାର ତ୍ରିଦେବ ରଥ, ଏବିଡିଓ ନିରାକାର ଯେନା, ହିଂଜିଳିକାଟୁ ଥାନା ଅଧିକାରୀ ଶ୍ରୀନିବାସ ସେଠୀ । ମୋଟ ୩୫ଟି ଅଭିଯୋଗ ଆସିଥ
ପିତ୍ତଳ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ


ଗଞାମ, ୧୯ ଜାନୁଆରୀ (ହି.ସ.)- ପିତ୍ତଳ ପଂଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ବିଡିଓ ତୃପ୍ତିମୟୀ ଜେନାଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚାସୀନ ଥିଲେ ତହସିଲଦାର ତ୍ରିଦେବ ରଥ, ଏବିଡିଓ ନିରାକାର ଯେନା, ହିଂଜିଳିକାଟୁ ଥାନା ଅଧିକାରୀ ଶ୍ରୀନିବାସ ସେଠୀ

। ମୋଟ ୩୫ଟି ଅଭିଯୋଗ ଆସିଥିଲା। ସେଥିମଧ୍ଧରୁ ରାସନ କାର୍ଡ ୧୯, ଭତ୍ତା ସଂପର୍କରେ ୧୦, ରାଜସ୍ୱ ମାମଲା ୨ଟି, ପଂଚାୟତରାଜ ସଂପର୍କରେ ୨ଟି, ପଶୁଧନ ଉପରେ ଗୋଟିଏ ଏବଂ ଆରଡବଲ୍ଯୂଏସଏସ ସଂପର୍କରେ ୨ଟି ଅଭିଯୋଗ ଆସିଥିଲା।

କାର୍ଯ୍ୟକ୍ରମରେ ସିଡିପିଓ ମମତାଂଳି ପଣ୍ଡା, ଡାକ୍ତର ମାନସ ରଂଜନ ବିଷୋଇ, ଜିପିଓ ଜିରବି କୁମାର, ରାଜସ୍ୱ ପରିଦର୍ଶକ ମଧୁସୂଦନ ବିଷୋଇ, ଅଂଚଳ ପରଦର୍ଶିକା ସଂଯୁକ୍ତା ପ୍ରଧାନ ସରପଞ୍ଚ ରାମରାଘବ ପାତ୍ର, ସମିତି ସଭ୍ୟ ଜନାର୍ଦ୍ଦନପାତ୍ର ପ୍ରମୁଖଙ୍କ ସମେତ ବ୍ଲକର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପିଓ ପ୍ରଦ୍ଯୁମ୍ନ ଦାସ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande