
କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – ଜିଲ୍ଲା ସମଗ୍ର ଶିକ୍ଷା କେନ୍ଦ୍ରାପଡ଼ା ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ଆନୁଷ୍ଠାନିକ ଭାବରେ ଏହାକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ନିମାଇଁ ଚରଣ ମାନସିକ ନ୍ୟୁନତମ ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବଳଦେବ ଜେନା, ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଦୀପ୍ତ। ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ମଧୁସୂଦନ ରାଉତ, ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନ, କେନ୍ଦ୍ରାପଡ଼ା ପାରା କ୍ରୀଡ଼ା ସଂଘର ସମ୍ପାଦକ ସାଗର କୁମାର ଜେନା ଯୋଗଦେଇ ଏହା ପିଲାମାନଙ୍କୁ ଅଧିକ ଉତ୍ସାହିତ ଓ ପ୍ରତିଭା ବିକାଶରେ ଆହୁରି ଅନୁପ୍ରାଣିତ କରିବ ବୋଲି ବକ୍ତାମାନେ ମତ ସହ ଏହାର ସଫଳତା କାମନା କରିଥିଲେ। ସମନ୍ୱିତ ଶିକ୍ଷା ସଂଯୋଜିକ। ରାଜଲକ୍ଷ୍ମୀ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଂଗୀତ, ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ନଅଟି ବ୍ଲକ୍, ଦୁଇଟି ମ୍ୟୁନିସିପାଲଟି ଓ ଛଅଟି ସ୍ୱତନ୍ତ୍ର ବିଦ୍ୟାଳୟର ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ବାରଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିଲେ। ଏମାନେ ସଧାରଣତନ୍ତ୍ର ଦିବସରେ ପୁରସୃତ ହେବେ। ବିଚାରକ ଭାବେ ହିମାଂଶୁ କୁମାର ଦାସ, ମୃତ୍ୟୁଞ୍ଜୟ ପଣ୍ଡା, ମଧୁସୂଦନ ରାଉତ୍ ବିଚାରକ ଭାବେ ଯୋଗ ଦେଇଥିଲେ। ସମସ୍ତ ସମ୍ୱଳ ଶିକ୍ଷକ, ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକମାନେ ଯୋଗଦେଇ ସହାୟତା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି