
ସମ୍ବଲପୁର, ୧୯ ଜାନୁଆରୀ(ହି.ସ.) – କୁଲତା ସମ୍ବଲପୁର ପକ୍ଷରୁ ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନ ଠାରେ କୃପାସିନ୍ଧୁ ଖମାରୀଙ୍କ ଅଧ୍ୟକ୍ଷତାରେ ସମାଜର ପୁରୋଧା ମାନଙ୍କ ଜନ୍ମ ମାସରେ ସ୍ମୃତିଚାରଣ କରାଯାଇଥିଲା। ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ନବୀନ ପ୍ରଧାନ ସାହିତ୍ୟକ ଭବାନୀ ଶଙ୍କର ପ୍ରଧାନ ଏବଂ ନାରୀ ନେତ୍ରୀ ଗହଳ ବାରିକ ପ୍ରମୁଖଙ୍କ ଜୀବନ ସଂଘର୍ଷ ଉପରେ ଆଳୋଚନା କରାଯାଇ ଶ୍ରଦ୍ଧାଞ୍ଜଲୀ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ସମାଜର ପୂର୍ବତନ ସଭାନେତ୍ରୀ ଯଶୋବନ୍ତୀ ନାଏକ ବିଶିଟେ ବ୍ୟକ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଲୀ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଜଟାଭୂଷଣ ସାହୁ,ଭକ୍ତବନ୍ଧୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ଭବାନୀଶ ଭୋଇ, ସରୋଜ ସାହୁ ପ୍ରମୁଖ ସ୍ମୁୃତିଚାରଣ କରିଥିଲେ। ଏହି କୁଲତା ସମାଜର ଦେବୀ ପ୍ରସାଦ ଭୋଇ ପରିଚାଲନା କରିଥିବା ବେଲେ ଉପ ସଭାପତି ଦେବୋତମ ପ୍ରଧାନ, ସରୋଜ ପ୍ରଧାନ, ପ୍ରଦୀପ ସାହୁ, ଟଙ୍କଧର ବାରିକ, ଅଭିରାମ ଖମାରୀ, ଆନନ୍ଦ ପ୍ରଧାନ, ହାରାଧନ ପ୍ରଧାନ, କ୍ଷୀରୋଦ ପ୍ରଧାନ, ବାସୁଦେବ ଭୋଇ, ସୁବ୍ରତ ପ୍ରଧାନ, ସୁପ୍ରଭା ପ୍ରଧାନ, ବିରେନ୍ଦ୍ର ସାହୁ, ଦେବତମ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଲୀ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ