ଖଡିଆଳରେ ସ୍ୱଦେଶୀ ସଂକଳ୍ପ ଦୌଡ ଅନୁଷ୍ଠିତ
ନୂଆପଡ଼ା, ୧୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଛକ ଠାରେ ସ୍ୱଦେଶୀ ସଂକଳ୍ପ ଦୌଡ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱଦେଶୀ ସଂକଳ୍ପ ଯାତ୍ରା ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ଅନୁଷ୍ଠିତ ହୋଇଅଛି। ସ୍ୱଦେଶୀ ବାର୍ତା ଦେଶକୁ ସ୍ୱାଧୀନତା ଆଣିଥିବା ବେଳେ ବର୍ତମାନ ଆଧୁନିକତା ବଶବର୍ତୀ ହୋଇ ଯୁବ
Swadeshi sankalp douda


ନୂଆପଡ଼ା, ୧୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଛକ ଠାରେ ସ୍ୱଦେଶୀ ସଂକଳ୍ପ ଦୌଡ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱଦେଶୀ ସଂକଳ୍ପ ଯାତ୍ରା ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ଅନୁଷ୍ଠିତ ହୋଇଅଛି। ସ୍ୱଦେଶୀ ବାର୍ତା ଦେଶକୁ ସ୍ୱାଧୀନତା ଆଣିଥିବା ବେଳେ ବର୍ତମାନ ଆଧୁନିକତା ବଶବର୍ତୀ ହୋଇ ଯୁବ ପିଢୀ ସଭ୍ୟତା, ବ୍ୟବହାର ଏବଂ ଚାଲି ଚଳନରେ ଅନେକ ପରିବର୍ତନ ଦେଖାଯାଉଛି। ଘରକୁ ଅତିଥି ଆସିଲେ ଅତିଥି ସଂସ୍କାର ରେ ମଧ୍ୟ ପରିବର୍ତନ ଦେଖାଯାଉଛି। ଆତ୍ମୀୟତାର ଅଭାବ ପରିଲକ୍ଷିତ ହେଉଅଛି। ତେଣୁ ସ୍ୱଦେଶୀ ପାଇ ନିଜେ ସଂକଳ୍ପ ନେଇ ନିଜେ ଦୌଡିବାକୁ ଆହ୍ୱାନ କରିଥିଲେ। ଏହି ସ୍ୱର୍ଦେଶୀ ସଂକଳ୍ପ ଯାତ୍ରାରେ ସ୍ୱତନ୍ତ୍ର ରଥ ପରିକ୍ରମା କରୁଅଛି। ଏହି କାର୍ଯ୍ୟକ୍ରମରେ ପ୍ରଦୀପ ଖମାରୀ, ଜନାର୍ଦ୍ଦନ ପାତ୍ର, ଜୟରାମ ଶବର, ଜ୍ଞାନ ପ୍ରକାଶ ମେଘ, ସୁଶାନ୍ତ କୁମାର ବିଶି, ରତ୍ନାକର ସାହୁ, ସୁରେଶ ହଟୁୱାର, ଶ୍ରୀବତ୍ସ ବାରିକ ସହ ବହୁ ନାଗରିକ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande