ସାଇକେଲରୁ ପଡି ଶିକ୍ଷକ ମୃତ
ସୁବର୍ଣ୍ଣପୁର, ୧୯ ଜାନୁଆରୀ (ହି.ସ.)- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଗଧାପାଳି ଗ୍ରାମର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷକ ସାଇକେଲରୁ ପଡି ପ୍ରାଣ ହରାଇଛନ୍ତି l ସୂଚନା ମୁତାବକ, ରଞ୍ଜନ ପଧାନ (୪୦) ନିଜ ପୁଅ ସହିତ ସ୍କୁଲ ଯାଉଥିବା ବେଳେ ଶିଶୁମନ୍ଦିର ଛକରେ ସାଇକେଲରେ ତାଙ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ  ସାଇକେଲ ଦୃଘଟଣାରେ ମୃତ।


ସୁବର୍ଣ୍ଣପୁର, ୧୯ ଜାନୁଆରୀ (ହି.ସ.)-

ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଗଧାପାଳି ଗ୍ରାମର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷକ ସାଇକେଲରୁ ପଡି ପ୍ରାଣ ହରାଇଛନ୍ତି l

ସୂଚନା ମୁତାବକ, ରଞ୍ଜନ ପଧାନ (୪୦) ନିଜ ପୁଅ ସହିତ ସ୍କୁଲ ଯାଉଥିବା ବେଳେ ଶିଶୁମନ୍ଦିର ଛକରେ ସାଇକେଲରେ ତାଙ୍କର ଛୁଆର ଗୋଡ଼ ଚକାରେ ଲାଗି ଯିବାରୁ ଉଭୟ ରୋଡ଼ ଉପରେ ପଡି ଯାଇଥିଲେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଂଚାଇ ଥିଲେ l ତାଙ୍କର ମୁହଁରେ ଆଘାତ ଲାଗିଥିଲା। ତାଙ୍କର ଶିଶୁ ପୁତ୍ର ସାମାନ୍ୟ ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁ ଖବର ପାଇବା ମାତ୍ରେ ଶିଶୁମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଗ୍ରାମବାସୀ ତଥା ଅଂଚଳର ଶତାଧିକ ଲୋକ ଆସି ଡାକ୍ତରଖାନାରେ ପହଂଚି ଥିଲେ l ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଡାକ୍ତରଖାନାରେ ଡୁଙ୍ଗୁରିପାଲି ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଇ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande