ସମ୍ଭଲରେ କବ୍ରସ୍ଥାନର ମାଟିରେ ମସଜିଦର ବେଆଇନ ନିର୍ମାଣ ମାମଲାରେ 7ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
ସମ୍ଭଲ, 19 ଜାନୁଆରି (ହି.ସ.)- ଉତ୍ତର ପ୍ରଦେଶର ସମ୍ଭଳ ଜିଲ୍ଲାରେ ସରକାରୀ ଜମି ଉପରେ ବେଆଇନ ଦଖଲ ଏବଂ ନିର୍ମାଣ ସମ୍ପର୍କିତ ମାମଲା ଲଗାତାର ସାମ୍ନାକୁ ଆସୁଛି। ବର୍ତ୍ତମାନ ନଖାସା ଥାନା କ୍ଷେତ୍ରରେ ଅବସ୍ଥିତ ଗୋଟିଏ କବରସ୍ଥାନ ଓ ସାର୍ବଜନିକ ଜମି ଉପରେ ବେଆଇନ ଦଖଲ କରି ମସ୍ଜିଦ ନ
ସମ୍ଭଲ


ସମ୍ଭଲ, 19 ଜାନୁଆରି (ହି.ସ.)- ଉତ୍ତର ପ୍ରଦେଶର ସମ୍ଭଳ ଜିଲ୍ଲାରେ ସରକାରୀ ଜମି ଉପରେ ବେଆଇନ ଦଖଲ ଏବଂ ନିର୍ମାଣ

ସମ୍ପର୍କିତ ମାମଲା ଲଗାତାର ସାମ୍ନାକୁ ଆସୁଛି। ବର୍ତ୍ତମାନ ନଖାସା ଥାନା କ୍ଷେତ୍ରରେ ଅବସ୍ଥିତ

ଗୋଟିଏ କବରସ୍ଥାନ ଓ ସାର୍ବଜନିକ ଜମି ଉପରେ ବେଆଇନ ଦଖଲ କରି ମସ୍ଜିଦ ନିର୍ମାଣ କରାଯାଇଥିବା

ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ ସାତ ଜଣଙ୍କ

ବିରୋଧରେ ମାମଲା ରେଜିଷ୍ଟର କରାଯାଇଛି। ସେମାନଙ୍କ ଉପରେ କେନ୍ଦ୍ରୀୟ ୱାକ୍ଫ ବୋର୍ଡ ସମ୍ମୁଖରେ

ଭୁଲ ସାକ୍ଷ୍ୟ ପ୍ରଦାନ କରି ଜମିକୁ ୱାକ୍ଫ ଘୋଷଣା କରାଇବାର ଅଭିଯୋଗ ରହିଛି।

ତଦନ୍ତ ସମୟରେ ଗୋଟିଏ ମସ୍ଜିଦ, ୧୧ଟି ଘର ଏବଂ ୧୦୦୦ ବର୍ଗମିଟର ଜମିରେ

ଚାଷ କରାଯାଉଥିବା ଦେଖାଯାଇଛି। ପ୍ରକୃତରେ, ନଖାସା ଥାନା କ୍ଷେତ୍ରର କସେରୁଆ ଗାଁରେ

ରାଜସ୍ୱ ପ୍ରଶାସନର ଟିମ ୯ ଜାନୁଆରୀରେ ସରକାରୀ ଜମିର ମାପ କରିଥିଲେ। ମାପ ପରେ ଲେଖପାଳ ଖୈବର

ହୁସେନ ନିଜ ରିପୋର୍ଟ ତହସିଲଦାରଙ୍କୁ ଦାଖଲ କରିଥିଲେ।

ମାପ ସମୟରେ ଗାଟା ସଂଖ୍ୟା ୪୦୯, ଯାହା କବରସ୍ଥାନର ଜମି,

ସେଠାରେ

୨୮୦ ବର୍ଗମିଟର ଜମିରେ ଗୋଟିଏ ମସ୍ଜିଦ ଓ ୩ଟି ଘର ନିର୍ମିତ ଥିବା ମିଳିଥିଲା। ଗାଟା ସଂଖ୍ୟା ୪୧୦,

ଯାହା

ଖାଦ ଗଡ଼ାର ଜମି, ସେଠାରେ ୬୦୦ ବର୍ଗମିଟର ଜମିରେ ୮ଟି ଘର ତିଆରି ହୋଇଥିବା ପାଇଯାଇଛି।

ଏହି ଜମିରେ ମସ୍ଜିଦର ସୁନ୍ନୀ ୱାକ୍ଫ ବୋର୍ଡରେ ଇନ୍ଦ୍ରାଜ ମଧ୍ୟ ରହିଛି। ଏହା ସହିତ,

ଗାଟା

ସଂଖ୍ୟା ୪୧୧, ଯାହା ବୃକ୍ଷରୋପଣ ପାଇଁ ସଂରକ୍ଷିତ,

ସେଠାରେ

ଗୋଟିଏ ବ୍ୟକ୍ତି ୧୦୦୧ ବର୍ଗମିଟର ଜମିରେ ଚାଷ କରୁଥିବା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande