କେନ୍ଦୁପୋଶିରେ ଜଳ ଯୋଗାଣ ବନ୍ଦ: ସମସ୍ୟାରେ ୪୦ ପରିବାର
କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଂଚାୟତ କେନ୍ଦୁପୋଶି ଗ୍ରାମରେ ସପ୍ତାହେ ହେବ ପାନୀୟଜଳ ଯୋଗାଣ ବନ୍ଦ ରହିଛି। ପାଣି ପାଇଁ ଲୋକେ ହସ୍ତସନ୍ତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ୪୦ପରିବାର ୧୫୦ରୁ ଉର୍ଦ୍ଧ ଜନସାଧାରଣ ବ
କେନ୍ଦୁପୋଶିରେ ଜଳ ଯୋଗାଣ ବନ୍ଦ: ସମସ୍ୟାରେ ୪୦ ପରିବାର


କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଂଚାୟତ କେନ୍ଦୁପୋଶି ଗ୍ରାମରେ ସପ୍ତାହେ ହେବ ପାନୀୟଜଳ ଯୋଗାଣ ବନ୍ଦ ରହିଛି। ପାଣି ପାଇଁ ଲୋକେ ହସ୍ତସନ୍ତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ୪୦ପରିବାର ୧୫୦ରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଛନ୍ତି। ତେବେ ବରଦାପାଳ ନିକଟରୁ ସରକାରଙ୍କ ହରଘର ନଳ ହରଘର ଜଳ ଯୋଜନାରେ ଘରେ ଘରେ ପାଇପ୍ ଯୋଗେ କିଛିମାସ ତଳେ ଜଳ ଯୋଗାଣ ହୋଇଥିଲା। ମାତ୍ରକେନ୍ଦୁପୋଶି ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ଗାଁ ର କୁମୁଦିନୀ ପାତ୍ର ଆଗକୁ ଗ୍ରୀଷ୍ମଋତୁ ଆସୁଛି। ସାହିରେ ଥିବା ତିନଟି ନଳକୁଅ ଥିଲେ ହଁ ପାଣି ସମସ୍ୟା ଦେଖାଦେଉଛି। ସରକାର ପାନୀୟ ଜଲ ଯୋଗାଣ ସୁବିଧା କରିଛନ୍ତି। ମାତ୍ର କର୍ମଚାରୀମାନଙ୍କ ଅବହେଳାରୁ ଲୋକେ ପାନୀୟ ଜଳ ସୁବିଧାରୁ ବଂଚିତ ହେବା ଦୁଃଖର ବିଷୟ। ପ୍ରଶାସନ ଦୃଷ୍ଟି ଦେଲେ ଲୋକମାନେ ସୁବିଧା ପାଇପାରିବେ। ବୁଦ୍ଧିଜିବୀ ରାୟା ଦାସ କହିଛନ୍ତି ପାନୀୟ ଜଳ ବିଭାଗ ବହୁଦିନ ହେଲାଣି କାମ ଆରମ୍ଭ କରିଛି। ହେଲେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ରେ ସମସ୍ୟା ରହିଛି। ଏଥିପାଇଁ ଦାୟିତ୍ୱରେ ଥିବା କର୍ମଚାରୀ ଦାୟୀ। ଜିଲାପାଳ ଏଦିଗରେ ପଦକ୍ଷେପ ନିଅନ୍ତୁ। ଯୋଶବନ୍ତ ପାତ୍ର କୁହନ୍ତି ପାଣି ପାଇଁ ଗ୍ରାମର ଲୋକେ କଳି ଝଗଡା ଲାଗୁଛନ୍ତି।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା କରିଛନ୍ତି। ଅବହେଳା ପାଇଁ କାମ ନସରିବା ଦୂରର କଥା ସୁବିଧାରୁ ଲୋକେ ବଂଚିତ ହେଉଛନ୍ତି। ତୁରନ୍ତ ପ୍ରଶାସନ ପାନୀୟଜଳ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande