ଅଜଣା ଗାଡି ଧକ୍କାରେ ହେଟା ବାଘର ମୃତ୍ୟୁ
ମାଲକାନଗିରି, ୧୯ ଜାନୁଆରୀ (ହି.ସ.)- ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରାଭିମୁଖୀ ହେବାରେ ଲାଗିଛନ୍ତି। ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି ୭୨ ନିକଟରୁ ଆଜି ଭୋର୍‌ ସମୟରେ ଏକ ହେଟା ବାଘର ମୃତଦେହ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି
ଅଜଣା ଗାଡି ଧକ୍କା ରେ ହେଟା ବାଘ ର ମୃତ୍ୟୁ


ମାଲକାନଗିରି, ୧୯ ଜାନୁଆରୀ (ହି.ସ.)-

ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରାଭିମୁଖୀ ହେବାରେ ଲାଗିଛନ୍ତି। ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି ୭୨ ନିକଟରୁ ଆଜି ଭୋର୍‌ ସମୟରେ ଏକ ହେଟା ବାଘର ମୃତଦେହ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି। କୌଣସି ଅଜଣା ଗାଡି ହେଟା ବାଘକୁ ଧକ୍କା ଦେବା ଯୋଗୁ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରପାଇ କାଲିମେଳା ରେଞ୍ଜର ବିଜୟ କୁମାର ନାୟକ, ଫରେଷ୍ଟର ମୃତ୍ୟୁଞ୍ଜୟ ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ହେଟା ବାଘର ମୃତଦେହ ଜବତ କରିବା ପରେ କାଲିମେଳା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରିଥିଲେ l ଏହା ଏକ ଅଣ୍ଡିରା ହେଟା ବାଘ ହୋଇଥିବା ବେଳେ ଏହାର ବୟସ ପ୍ରାୟ ୫ ବର୍ଷ ଏବଂ ଉଚ୍ଚତା ତିନି ଫୁଟ ହେବ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ପରେ ହେଟାକୁ ନେଇ ପୋତି ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande