
ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ନନ୍ଦନକାନନରେ ଜଳପକ୍ଷୀ ଗଣନା ଶେଷ ହୋଇଛି। ଗଣନାରୁ ୭୨ ପ୍ରଜାତିର ରେକର୍ଡ ମୋଟ ୨,୭୨୭ ଜଳପକ୍ଷୀ ଥିବା ଜଣାପଡିଛି। ଗତ ବର୍ଷ ୫୫ ପ୍ରଜାତିର ୧,୬୦୨ ପକ୍ଷୀ ରେକର୍ଡ କରାଯାଇଥିଲା ବେଳେ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।
ଏହି ଗଣନା ସମୟରେ ଟଫ୍େଟଡ୍ ଡକ୍, ଷ୍ଟ୍ରାଇଟେଡ୍ ହେରନ୍, କମନ୍ ରେଡଶାଙ୍କ୍, କମନ୍ ଗ୍ରୀନଶାଙ୍କ୍, ଗ୍ରେ-ହେଡେଡ୍ ଲାପୱିଙ୍ଗ୍, ଗାଡୱାଲ୍, ସ୍ପଟ୍-ବିଲ୍ଡ୍ ଡକ୍, ରେଡ-ରମ୍ପଡ୍ ସ୍ୱାଲୋ ଏବଂ ଅସ୍ପ୍ରେ ଭଳି ଅନେକ ପ୍ରଜାତି ରେକର୍ଡ କରାଯାଇଥିଲା କିନ୍ତୁ ପୂର୍ବ ବର୍ଷରେ ସେମାନଙ୍କୁ ଦେଖିବାକୁ ମିଳିନଥିଲା ।
ନନ୍ଦନକାନନ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ଆଖପାଖରେ ଥିବା ଆର୍ଦ୍ରଭୂମିରେ ମଧ୍ୟ-ଶୀତକାଳୀନ ଜଳପକ୍ଷୀ ଗଣନା କରାଯାଇଥିବା ବେଳେ ନଅଟି ସର୍ଭେ ଦଳ ଗଠନ କରାଯାଇଥିଲା । ଏହି ବିଶେଷଜ୍ଞ ଦଳ ଭିତରେ ମୋଟ ୫୫ ଜଣ ପକ୍ଷୀ ବିଶେଷଜ୍ଞ, ଛାତ୍ର ଏବଂ ଅଧିକାରୀ ଅଂଶଗ୍ରହଣ କରିଥିଲେ।
ଦଳଗୁଡ଼ିକ ଅଭୟାରଣ୍ୟ ମଧ୍ୟରେ କାଞ୍ଜିଆ ହ୍ରଦ, କିଆକାନି ହ୍ରଦ, ବଡ଼ବଙ୍କପଟା ଏବଂ କଟୁରିଘସା ପାଟା ସମେତ ପ୍ରମୁଖ ଆର୍ଦ୍ରଭୂମି, ଚୁଡଙ୍ଗା ସଂରକ୍ଷିତ ଜଙ୍ଗଲ ଏବଂ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲରେ ଅନେକ ଛୋଟ ଏବଂ ବଡ଼ ଜଳାଶୟ ସର୍ଭେ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା