ରାଜ୍ୟ ପାନୀୟ ନିଗମ ଲିମିଟେଡ଼ର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଉଦ୍‌ଘାଟିତ
ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ ର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ସୋମବାର ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି । ୩ ଏକର ପରିମିତ ଜାଗାରେ ୧୭.୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ
ରାଜ୍ୟ ପାନୀୟ ନିଗମ ଲିମିଟେଡ଼ର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଉଦ୍‌ଘାଟିତ


ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ ର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ସୋମବାର ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି । ୩ ଏକର ପରିମିତ ଜାଗାରେ ୧୭.୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟାଳୟ ଓ ଡିପୋରେ ୨୮ ହଜାର ବର୍ଗଫୁଟ ଷ୍ଟୋରେଜ୍ କ୍ଷମତା ରହିଛି । ଏହି ଡିପୋ ଓ କାର୍ଯ୍ୟାଳୟ ନିର୍ମାଣ ଫଳରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାର ୧୯୦ଟି ଖୁଚୁରା ବ୍ୟବସାୟୀଙ୍କୁ ସହଜ ଯୋଗାଣ ସମ୍ଭବ ହୋଇପାରିବ ।

ଏହି କାର୍ଯ୍ୟାଳୟ ଓ ଡିପୋ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଅବକାରୀ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ବେଆଇନ ମଦ କାରବାର ରୋକିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଆଜି ଉଦ୍ ଘାଟିତ ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଶୃଙ୍ଖଳିତ ବିତରଣ, ପାର୍କିଂ ବ୍ୟବସ୍ଥା ଓ ରାଜ୍ୟର ଅଯଥା ରାଜସ୍ୱ ହାନିକୁ ରୋକିବାରେ ସହାୟକ ହେବ।

ଆଜିର ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା, ଅବକାରୀ ଆୟୁକ୍ତ ପିି. ଅନ୍ୱେଷା ରେଡ୍ଡୀ, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସେହିଭଳି ଛତ୍ରପୁରଠାରେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲାପାଳ ଭି. କୀର୍ତି ବାସନ୍ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande