
ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାସତ୍ମିକ ଚିନ୍ତନ ଜାଗ୍ରତ କରାବା ଲକ୍ଷନେଇ ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉଦ୍ୟମକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଅଜି ଶୁଭରମ୍ଭ କରାଯାଇଛି । ଧର୍ମଶାଳା ରୁ ପୁରି ଅଭିମୁଖେ ଜଗନ୍ନାଥ ଧାମ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବ ଆଜି ଜାରକା ସ୍ଥିତ ମହୋତ୍ସବ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ଆଜି ମହୋତ୍ସବ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରିର ବିଧାୟିକା ଉପାସନା ମହାପାତ୍ର ସମ୍ମାନୀତ ଅତିଥ ଭାବେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେର, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର , ଉପ ଜିଲ୍ଲାପାଳ ତାପସ ରଂଜନ ଦେହୁରୀ ,ବିଡ଼ିଓ ଯୋର୍ତିମୟ କର, ବିଜେପି ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ପୂର୍ବତନ ଯାଜପୁର ସାଂସଦ ରିତା ତରାଇ, ବିଜେପିା ନେତ୍ରୀ ବବିତା ମଲ୍ଲିକ, ବିଜେପି ନେତା ଉମେଶ ଜେନା ପ୍ରମୁଖ ଉପସ୍ଥିତ ରହି ପତକା ହଲାଇ ତୀର୍ଥଯାତ୍ରାର ଶୁଭ ଉଦଘାଟନ କରିଥିଲେ । ନିର୍ବାଚନ ମଣ୍ଡଳୀ ର ୫୪ ଗୋଟି ପଂଚାୟତ ମଧ୍ୟରୁ ଆଜି ପ୍ରଥମ ଦିନ ରେ ଦୁଇଗୋଟି ପଂଚାୟତ ଭବାନୀପୁର ଏବଂ ଥାନୁଆଳ ରୁ ପ୍ରାୟ ୬ ଶହ ଶ୍ରଦ୍ଧାଳୁଙ୍କୁ ୧୨ଗୋଟି ବସ୍ରେ ପୁରୀ ଜଗନ୍ନାଥ ଧାମ ନିଆଯାଇଥିଲା । ଏହିଭଳି ଭାବେ ୨ ମାସ ଧରି ପ୍ରତ୍ୟେକ ଦିନ ସକଳ ୭ ଘଟିକାରେ ଦୁଇଗୋଟି ପଂଚାୟତର ଶ୍ରଦ୍ଦାଳୁମାନଙ୍କୁ ନେଇ ତୀର୍ଥଯାତ୍ରା କରାଯିବାର ବ୍ୟବସ୍ଥା କରାଯାଇଛି । ଗତ ବର୍ଷଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ବସ ଯୋଗେ ପୁରୀ ଜଗନ୍ନାଥ ଧାମ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । ବିଧାୟକଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟକ୍ରମ କୁ ଲୋକମାନେ ବେଶ ପ୍ରଶଂସା କରିବା ସହ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ