
ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସରକାର ବିଭନ୍ନ ଯୋଜନା କରୁଛନ୍ତି । ଏହି ଯୋଜନାକୁ ଫଳପ୍ରଦ କରିବା ପାଇଁ ପ୍ରଚାର ଓ ପ୍ରସାର କରୁଛନ୍ତି । ହେଲେ ବାସ୍ତବରେ ତାହା କାର୍ଯ୍ୟରେ ପରିଣତ ହେଉ ନ ଥିବା ଦେଖିବାକୁ ମିଳିଛି । ଯାହାକି ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ଦିବ୍ୟାଙ୍ଗମାନଙ୍କ ଯାତାୟତ ପାଇଁ ବହୁ ଯୋଜନା କରାଯାଇଛି ହେଲେ ସରକାର ଓ ଘରୋଇ ବସ୍ରେ ସେମାନଙ୍କୁ ଗାଡିରେ ଚଢାଇ ନ ଦେବା ଦେଖିବାକୁ ମିଳିଛି ଯାଜପୁର ଜିଲାରେ । ଯାଜପୁର ଜିଲା ଦେଇ ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନକୁ ଯାତୟତ ପାଇଁ ବସର ସବିଧା ରହିଛି । ଉଭୟ ବସମାନଙ୍କରେ ସେମାନଙ୍କୁ ସହଯୋଗ ନକରିବା ବଦଳରେ ସେମାନଙ୍କ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ବସରେ ନେଉ ନ ଥିବା ନେଇ ଆଜି ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜିଲା ଦିବ୍ୟାଙ୍ଗ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତବାକୁ ରସୁଲପୁର ବ୍ଳକ ବ୍ରହ୍ମବରଦା ଠାରେ ଜିଲା ସ୍ତରୀୟ ପାରା ଆଥଲେଟିକ୍ସ ମିଟରେ ରାଜ୍ୟର ବିିଭିନ୍ନ ସ୍ଥାନରୁ ଖେଳାଳି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷ କରି ଫେରିବା ସମୟରେ ଜାରକା ବସ୍ ଷ୍ଟାଣ୍ଡରେ ଅପେକ୍ଷା ପାରା କ୍ରୀଡାବିତଙ୍କୁ କୌଣସି ବସ୍ ନେବା ପାଇଁ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ । ହୁଇଲ ଚେୟାର ଦିବ୍ୟାଙ୍ଗମାନଙ୍କୁ ଦେଖି ବସ ଭିତରକୁ ପ୍ରବଶେ ନିଷେଦ କରିଥିଲେ କର୍ମଚାରୀ । ଯାହାକୁ ନେଇ କ୍ରୀଡାବିତ୍ମାନେ ଘଂଟା ଘଂଟା ଅପେକ୍ଷା କରି ନିରାଶ ହେବା ପରେ ଏନେଇ କ୍ରୀଡାବିତମାନେ ଜିଲା ପାରା ସ୍ପୋର୍ଟ ଆସୋସିଏସନ ସଭାପତି ମଂଟୁ ଦାସଙ୍କ ସହ ଯୋଗାଯୋଗ କରିଥିଲେ । ଏନେଇ ସଭାପତି ଯାଜପୁର ରୋଡ ଏସଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କୁ ଘଯଣା ସମ୍ପର୍କରେ ଜଣାଇଥିଲେ । ଶ୍ରୀପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜାରକା ପୁଲିସ ପାରା କ୍ରୀଡାବିତମାନଙ୍କୁ ବସରେ ବସାଇବାର ବ୍ୟବସ୍ଥା କରିଥିଲେ । ଏହି ଘଟଣାକୁ ନେଇ ଜିଲାପାଳ ଅମ୍ବର କୁମାର କର ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀଙ୍କୁ ଘଟଣାର ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ