ରସୁଲପୁର ଓ ଧର୍ମଶାଳା ବ୍ଲକ ଅଂଚଳରେ ମାଳମାଳ ବେଆଇନ ଇଟା ଭାଟି : କୋଇଲା ଧୂଆଁରେ ଜନସାଧାରଣ ଅତିଷ୍ଠ : ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ଓ ଧର୍ମଶାଳା ବ୍ଲକ ଅଂଚଳରେ ଦିନକୁ ଦିନ ବେଆଇନ ଭାବେ ଇଟା ଭାଟି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ବାହାରୁ ଥିବା କୋଇଲା ଓ ଟାୟାର ଧୂଆଁରେ ପରିବେଶ ଦୃର୍ଷିତ ହେବା ସହ ସ୍ଥାନୀୟ ଜନସାଧାରଣ ନିଶ୍ୱାସ ପ୍ରଶ୍ୱାସ ନେବାରେ ନାହିଁ ନ ଥିବା
ରସୁଲପୁର ଓ ଧର୍ମଶାଳା ବ୍ଲକ ଅଂଚଳରେ ମାଳମାଳ ବେଆଇନ ଇଟା ଭାଟି


ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ଯାଜପୁର ଜିଲା ରସୁଲପୁର ଓ ଧର୍ମଶାଳା ବ୍ଲକ ଅଂଚଳରେ ଦିନକୁ ଦିନ ବେଆଇନ ଭାବେ ଇଟା ଭାଟି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ବାହାରୁ ଥିବା କୋଇଲା ଓ ଟାୟାର ଧୂଆଁରେ ପରିବେଶ ଦୃର୍ଷିତ ହେବା ସହ ସ୍ଥାନୀୟ ଜନସାଧାରଣ ନିଶ୍ୱାସ ପ୍ରଶ୍ୱାସ ନେବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜିଲା ପ୍ରଶାସନ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଜାଣି କୌଣସି କାର?୍ର‌୍ୟ୍ୟାନୁଷ୍ଠାନ ନ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ବ୍ରହ୍ମବରଦା,ଅର୍ଥଙ୍ଗା ,ବନ୍ଧଡିହ ଓ ମଙ୍ଗରାଜପୁର ପଂଚାୟତ ସହ ଧର୍ମଶାଳା ବ୍ଲକର ମଙ୍ଗଳପୁର ଓ ଦେଓଦା ପଂଚାୟତରେ । ଏହି ପଂଚାୟତରେ କିଛି ମୁଷ୍ଟିମେୟ ବ୍ୟକ୍ତି ବେଆଇନଭାବେ ଇଟାଭାଟି କରି ଏକ ଶିଳ୍ପରେ ପରିଣତ କରିବା ସହ ପ୍ରଶାସନକୁ ହାତବାରିସୀ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ହେଲେ ଇଟାଭାଟି ପୋଡିବା ପାଇଁ କୋଇଲା ସହ ଟାୟାର ବ୍ୟବହାର କରୁଛନ୍ତି । ବାହାରୁ ଥିବା ଧୂଆଁରେ ଇଟାଭାଟି ଜଳୁଥିବା ନିକଟରେ ଜନସାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଇଟା ଭାଟି ମାଲିକକୁ ଜଣାଇଲେ ମଧ୍ୟ ସେମାନେ ନାଲି ଅଖି ଦେଖାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ନିଆ ଧୂଆଁରେ ହୃଦଘାତ ଓ ଶ୍ୱାସ ରୋଗୀ ଓ କୋମଳମତି ଶିଶୁମାନେ ବେଶି ମାତ୍ରାରେ ପ୍ରଭାବିତ ହେଉଛନ୍ତି । ଇଟା ଭାଟି ତିଆରି କରିବା ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ ରହିଛି । ତେବେ ଜନବସତି ଅଂଚଳରେ ସେମାନଙ୍କୁ କିଏ ଅନୁମତି ଦେଉଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ରାଜସ୍ୱ କାର୍ଯ୍ୟାଳୟ ନିକଟରେ ଏହି ଇଟାଭାଟି ଜଳୁ ଥିବା ବେଳେ ସେମାନଙ୍କ ନଜର ନ ପଡିବା ନେଇ ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଦିଗରେ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande