୨୧ ରୁ ତୃତୀୟ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬
ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬” ଆୟୋଜନ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ଆଜ ସୋମବାର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ସମାବେଶ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ । ପରେ ପରେ ଗଣମାଧ୍ୟମ ପ୍ରତିନ
ହରହକଦତଦତ


ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ରାଜ୍ୟସ୍ତରୀୟ “ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬” ଆୟୋଜନ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ଆଜ ସୋମବାର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ସମାବେଶ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ । ପରେ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ, ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ପାଇଁ ଏହି ସମାବେଶ ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ସାଜିବ । କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ତଥ୍ୟ ରଖିଥିଲେ ।

ଚଳିତ ଜାନୁଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଏହି ସମାବେଶ ଆୟୋଜିତ ହେବ । ୨୧ ଜାନୁଆରୀ ଅପରାହ୍ନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସମାବେଶର ଉଦଘାଟନ କରିବେ । ସେହିପରି ଉଦଯାପନୀ ସମାରୋହରେ ରାଜ୍ୟପାଳ ଶ୍ରୀ ହରି ବାବୁ କମ୍ଭମପାଟି ଏହାର ଗରିମା ବୃଦ୍ଧି କରିବେ । ୨୦୨୬ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା; ବିକଶିତ ହେବ ଆମ ଓଡ଼ିଶା ।” ଏହି ସମାବେଶରେ ପ୍ରତି ବ୍ଲକ୍ ରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେବେ । ତା ସହ ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ ସଫଳ ପ୍ରାଣିପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ । ବିଭାଗ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୦ ଜଣ ଶ୍ରେଷ୍ଠ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ସମାବେଶ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।

ଚଳିତଥର ମୋଟ ୧୨ଟି ଇଂଟରାକ୍ଟିଭ୍ ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜନ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।“ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ଚାଷୀଙ୍କ ପ୍ରଶ୍ନର ସିଧାସଳଖ ଉତର ରଖିବେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ । ୩ ଟି ହ୍ୟାଙ୍ଗର୍ ରେ ପ୍ରାୟ ୨୦୮ ଟି ଷ୍ଟଲ୍ ରେ ମତ୍ସ୍ୟ, ପ୍ରାଣିପାଳନ, ବିଭିନ୍ନ ବିଭାଗ ଓ କମ୍ପାନୀର ଉତ୍ପାଦ ପ୍ରଦର୍ଶିତ ହେବ । ସେହିପରି ୨ଟି ଖୋଲା ହ୍ୟାଙ୍ଗରରେ ମତ୍ସ୍ୟ ଓ ପ୍ରାଣୀ ଲାଇଭ୍ ଡେମନଷ୍ଟ୍ରେସନ୍ କରାଯିବ । ପ୍ରତି ସନ୍ଧ୍ୟାରେ ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ସମାବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ହରିୟାଣାର ଦୁଇଟି ମଇଁଷି ଷଣ୍ଢ (ସୁରବୀର ଏବଂ ଇନ୍ଦର), ଆନ୍ଧ୍ରପ୍ରଦେଶର ଛୋଟ ପ୍ରଜାତିର ପୁଙ୍ଗାନୁର ଗାଈ ଏବଂ ଗୁଜୁରାଟରୁ କାଙ୍କରେଜ୍ ଷଣ୍ଢ ଆସୁଛି । ଜାନୁଆରୀ ୨୩ ତାରିଖ ସକାଳ ୮.୩୦ ମିନିଟ୍ ରେ “ଡଗ୍ ସୋ” ହେବାକୁ ଥିବା ବେଳେ ସଂଧ୍ୟା ୬.୩୦ ରେ “ପେଟ୍ ଫ୍ୟାଶନ ସୋ” ଆୟୋଜନ ହେବ । ଲାଇଭ୍ ସି ଫୁଡ୍ କିଚେନ୍‌, ଭର୍ଚୁଆଲ୍ ରିଅଲିଟି ଫାର୍ମ ଟୁ,ର୍ ଡ୍ରୋନ୍ ସୋ, ଲେଜର୍ ସୋ, ଚିତ୍ରକଳା ପ୍ରଦର୍ଶନୀ, ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣଙ୍କ ସହ ସେଲଫି ଜୋନ୍ ଆଦି ଆକର୍ଷଣର କେନ୍ଦ୍ର ସାଜିବ ।

ଜାନୁଆରୀ ୨୧ ତାରିଖ ସକାଳ ୬ଟାରେ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ୱାକାଥନ୍ ଆୟୋଜିତ ହେବ । ଏହି ୱାକାଥନ୍ ରେ ଯୋଗ ଦେବାକୁ ମାନ୍ୟବର ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତା ସହ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା’ ବୁଲିବାକୁ ଆସି ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ନିବେଦନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣିପାଳନ ଓ ପ୍ରାଣି ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲମ୍‌, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande