ଏକବିଂଶ ତମ ପାତାଳି ମହୋତ୍ସବ ପାଇଁ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା
ସୁବର୍ଣ୍ଣପୁର, ୧୯ ଜାନୁଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଏକବିଂଶ‌ ତମ ପାତାଳୀ ମହୋତ୍ସବ ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ସ୍ଥାନୀୟ ଗୁପ୍ତେଶ୍ୱର ମନ୍ଦିର ପାଖ ପୋଖରୀ ଠାରେ ଗଙ୍ଗା ମାତାଙ୍କୁ ଆବ
ଏକବିଂଶ ତମ ପାତାଳି ମହୋତ୍ସବ ପାଇଁ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା


ଏକବିଂଶ ତମ ପାତାଳି ମହୋତ୍ସବ ପାଇଁ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା


ସୁବର୍ଣ୍ଣପୁର, ୧୯ ଜାନୁଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଏକବିଂଶ‌ ତମ ପାତାଳୀ ମହୋତ୍ସବ ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ସ୍ଥାନୀୟ ଗୁପ୍ତେଶ୍ୱର ମନ୍ଦିର ପାଖ ପୋଖରୀ ଠାରେ ଗଙ୍ଗା ମାତାଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୧୫୧ ଜଣ ମହିଳା ଜଳପୂର୍ଣ୍ଣ କଳସି ଧରି ଏକ ଆଧ୍ୟାତ୍ମିକ ପରିବେଶରେ ନାମ ସଙ୍କୀର୍ତ୍ତନ, ଘଣ୍ଟ, ହୁଳାହୁଳି, ଶଙ୍ଖ ଧ୍ବନିରେ ନଗର ପରିକ୍ରମା କରାଯାଇ ଯଜ୍ଞ, ନାମ ଓ ସପ୍ତାହ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ୧୮ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।

ସୋନପୁରର ପଣ୍ଡିତ ମହାସଭାର ଶତାଧିକ ପଣ୍ଡିତ ଯୋଗଦେଇ ବେଦ ପାଠ ଓ ବିଷ୍ଣୁ ସହସ୍ର ନାମ ପଠନ ଓ ହବନ କରିଥିଲେ। ଏଥିପାଇଁ ଆଜି ପାତାଳୀ ଶ୍ରୀକ୍ଷେତ୍ର ପରିବେଶ ଉତ୍ସବ ମୁଖର ହେଉଥିଲା। ଆସନ୍ତାକାଲି ଠାରୁ ଭାଗବତ ପାରାୟଣ, ୫୬- ପ୍ରହରୀ ନାମଯଜ୍ଞ, ଘୃତଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାଂସ୍କୃତିକ ସଭା ଆଦି ଆରମ୍ଭ ହେବ। ଏଥିରେ ଅଂଚଳର ତଥା ଦୂରଦୂରାନ୍ତରୁ ବହୁ ସଂଖ୍ଯାରେ ଭକ୍ତ ସମାଗମ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande