ଉତ୍କଳମଣି ଶିଶୁମେଳା ସମିତିର ୩୨ତମ ବାର୍ଷିକ ଉତ୍ସବ
ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ଯାଜପୁର ଜିଲାଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲ ପରିସରରେ ଗତକାଲି ଠରୁ ଉଦଘାଟିତ ହୋଇଥିବା ଉତ୍କଳମଣି ଶିଶୁମେଳା ସମିତିର ୩୨ତମ ଶିଶୁ ମହୋତ୍ସବ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିନରେ ପହଁଚିଛି । ସମିତି ସଭାପତି ତଥ
ଉତ୍କଳମଣି ଶିଶୁମେଳା ସମିତିର ୩୨ତମ ବାର୍ଷିକ ଉତ୍ସବ


ଧର୍ମଶାଳା,୧୯ଜାନୁଆରୀ(ହି.ସ.) - ଯାଜପୁର ଜିଲାଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲ ପରିସରରେ ଗତକାଲି ଠରୁ ଉଦଘାଟିତ ହୋଇଥିବା ଉତ୍କଳମଣି ଶିଶୁମେଳା ସମିତିର ୩୨ତମ ଶିଶୁ ମହୋତ୍ସବ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିନରେ ପହଁଚିଛି । ସମିତି ସଭାପତି ତଥା ସାମ୍ବାଦିକ ଅଭିମନ୍ୟୁ ଧଳଙ୍କ ପୌରହିତ୍ୟରେ ଆଜି ଅନୁଷ୍ଠିତ ସଭାରେ ସ୍କୁଲ ଚେୟାରମ୍ୟାନ ଅଭୟ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ଶିଶୁ ମେଳା ସଂପର୍କରେ ମତବ୍ୟକ୍ତ କରିଥିଲେ । ସମ୍ଭବ ପତ୍ରିକାର ସଂପାଦକ ତଥା ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସକାରାତ୍ମକ ଦୃଷ୍ଟିକୋଣ ଗୋଟେ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ । ମୌଳିକ ଶିକ୍ଷା ଶିଶୁ ମାନଙ୍କୁ ଉଚ୍ଚ ସୋପାନରେ ଅବତୀର୍ଣ୍ଣ କରିବ ଏଥିରେ ସନ୍ଦେହ ନାହିଁ ବୋଲି କହିଥିଲେ । ସମାଜସେବୀ କାହ୍ନୁ ଚରଣ ଦାଶ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ସ୍କୁଲ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ଶିକ୍ଷାବିତ ସୁଦାମ ଚରଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମେଳା ସର୍ବଦା ଶିଶୁ ମାନଙ୍କ ମନରେ ଉତ୍ସାହ ପ୍ରଦାନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଂପାଦକ ହେମନ୍ତ କୁମାର ରାଉତ ସଂପାଦକୀୟ ବିବରଣୀ ପାଠ କରିବା ସହ ସୂଚନା ପ୍ରଦାନ କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ କୁମାର ମହାପାତ୍ର,ଅମିୟ କୁମାର ବେହୁରିଆ,ଉପସଭାପତି ଅଧ୍ୟାପକ ବିଜୟ କେତନ ସାମଲ,କାର୍ଯ୍ୟକାରୀ ସଂପାଦକ ସୁବ୍ରତ କୁମାର ଜେନାସାମନ୍ତ,ପଙ୍କଜ କୁମାର ସାମଲ, ଦିଲୀପ କୁମାର ପଣ୍ଡା ସମେତ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିଶୁମେଳା କାର୍ଯ୍ୟକ୍ରମ ୯ଦିନ ଚାଲିବ ବୋଲି ସଭାପତି ଶ୍ରୀ ଧଳ ସୂଚନା ଦେଇଛନ୍ତି । ଅଧ୍ୟାପକ ପ୍ରବୀର କୁମାର କର ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande