ଭେନଜୁଏଲା ଘଟଣାକ୍ରମ ଉପରେ ଚିନ୍ତା ପ୍ରକାଶ କଲା ଭାରତ, ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରସଙ୍ଗକୁ ସମାଧାନ କରିବାକୁ ଅପିଲ
ନୂଆଦିଲ୍ଲୀ, 04 ଜାନୁଆରି (ହି.ସ.)- ଭେନେଜୁଏଲାର ସମ୍ପ୍ରାତିକ ଘଟଣାକ୍ରମକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି ଏବଂ କହିଛି ଯେ ସ୍ଥିତି ଉପରେ ନଜର ରଖାଯାଉଛି। ଏହି ସନ୍ଦର୍ଭରେ ଶନିବାର ବିଦେଶ ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କ ପାଇଁ ପରାମର୍ଶ ମଧ୍ୟ ଜାରି କରିଥିଲା। ବି
ଭେନଜୁଏଲା


ନୂଆଦିଲ୍ଲୀ, 04 ଜାନୁଆରି (ହି.ସ.)- ଭେନେଜୁଏଲାର ସମ୍ପ୍ରାତିକ ଘଟଣାକ୍ରମକୁ ନେଇ ଭାରତ ଗଭୀର

ଚିନ୍ତା ପ୍ରକାଶ କରିଛି ଏବଂ କହିଛି ଯେ ସ୍ଥିତି ଉପରେ ନଜର ରଖାଯାଉଛି। ଏହି ସନ୍ଦର୍ଭରେ ଶନିବାର

ବିଦେଶ ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କ ପାଇଁ ପରାମର୍ଶ ମଧ୍ୟ ଜାରି କରିଥିଲା।

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ଭାରତ

ଭେନେଜୁଏଲାର ଲୋକମାନଙ୍କର କଲ୍ୟାଣ ଓ ସୁରକ୍ଷା ପାଇଁ ନିଜ ସମର୍ଥନକୁ ପୁନଃନିଶ୍ଚିତ କରୁଛି।

ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଭାରତର ଆହ୍ୱାନ ହେଉଛି ଯେ ସେମାନେ ସଂଲାପ ମାଧ୍ୟମରେ

ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାଗୁଡ଼ିକୁ ସମାଧାନ କରନ୍ତୁ। ଅଞ୍ଚଳରେ ଶାନ୍ତି ଓ ସ୍ଥିରତା

ଅବ୍ୟାହତ ରହିବା ଉଚିତ।

ମନ୍ତ୍ରଣାଳୟ ପୁନର୍ବାର କହିଛି ଯେ କାରାକାସ୍‌ରେ ଥିବା ଭାରତୀୟ

ଦୂତାବାସ ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହ ସମ୍ପର୍କରେ ରହିଛି ଏବଂ ଯଥା ସମ୍ଭବ ସହାୟତା ଦେଇଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande