ସ୍ୱାଭାବିକ ହେଲା ଧାନକିଣା, 19 ଜିଲ୍ଲାରେ ଧାନ କିଣା ଆରମ୍ଭ
ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ସ୍ୱାଭାବିକ ହେଲା ଧାନ କିଣା | ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । 19ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର, ଏନେଇ ସରକାରଙ୍କର ପକ୍ଷରୁ
କୃଷ୍ଣ ପାତ୍ର


ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ସ୍ୱାଭାବିକ

ହେଲା ଧାନ କିଣା | ଏନେଇ ଯୋଗାଣ ମନ୍ତ୍ରୀ

କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । 19ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର,

ଏନେଇ ସରକାରଙ୍କର ପକ୍ଷରୁ ନିର୍ଦେଶ ନାମା ଜାରି ହୋଇଛି । ଗତକାଲି ମିଲର୍ସ

ସଙ୍ଘ ସହିତ ଆଲୋଚନା ହୋଇଥିଲା ।

19 ଟି ଜିଲ୍ଲାରେ ଆଜି

ସୁଦ୍ଧା 3 ଲକ୍ଷ 15 ହଜାର 431 ଚାଷୀଙ୍କଠାରୁ 13 ଲକ୍ଷ 93 ହଜାର 867 ମେଟ୍ରିକ ଟନ ଧାନ ସଂଗ୍ରହ

ହୋଇଛି । ଏଥିମଧ୍ୟରୁ 13 ଲକ୍ଷ 59 ହଜାର 974

ମେଟ୍ରିକ ଟନ ଧାନ ମିଲର ମାନେ ଉଠାଇଛନ୍ତି । ଏ

ବାବଦରେ ଚାଷୀଙ୍କୁ 891 କୋଟି 58 ଲକ୍ଷ ଟଙ୍କାର ଇନପୁଟ ସବସିଡି ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande