
ନୂଆଦିଲ୍ଲୀ, 07 ଜାନୁଆରି (ହି.ସ.)- ଭାରତୀୟ ଜନତା
ପାର୍ଟି (ବିଜେପି) ଗୁଜରାଟରେ ସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ସମ୍ପର୍କରେ
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ କିଛି ପତ୍ର ଆଜି ସୋସିଆଲ ମିଡିଆରେ ସେୟାର କରି, ଦାବି କରିଛି ଯେ ପଣ୍ଡିତ ନେହେରୁଙ୍କ ମନରେ ସୋମନାଥ ମନ୍ଦିରକୁ ନେଇ
ଘୃଣାଭାବ ଥିଲା।
ବିଜେପି ପ୍ରବକ୍ତା ଡ଼ା.
ସୁଧାଂଶୁ ତ୍ରିବେଦୀ ବୁଧବାର ‘ଏକ୍ସ’ରେ ନେହେରୁଙ୍କ ପତ୍ରଗୁଡ଼ିକୁ ଉଦ୍ଧୃତ କରି ଅଭିଯୋଗ କରିଥିଲେ ଯେ
ଅତୀତରେ ସୋମନାଥକୁ ମହମ୍ମଦ ଗଜନୀ ଏବଂ ଖିଲଜୀ ଲୁଟିଥିଲେ, କିନ୍ତୁ ସ୍ୱାଧୀନ ଭାରତରେ ଭଗବାନ ସୋମନାଥଙ୍କ ପ୍ରତି ସବୁଠାରୁ ଅଧିକ
ଘୃଣା ପଣ୍ଡିତ ନେହେରୁଙ୍କର ଥିଲା। ଏହାର ସବୁଠାରୁ ବଡ଼ ପ୍ରମାଣ ହେଉଛି ୨୧ ଏପ୍ରିଲ ୧୯୫୧
ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲୀ ଖାନଙ୍କୁ ଲେଖା ପଣ୍ଡିତ ନେହେରୁଙ୍କ ପତ୍ର।
ସେହି ପତ୍ରରେ ନେହେରୁ “ପ୍ରିୟ ନବାବଜାଦା” ବୋଲି ସମ୍ବୋଧନ କରି ଲେଖିଥିଲେ ଏବଂ ସୋମନାଥଙ୍କ ଦ୍ୱାର ସମ୍ପର୍କିତ କାହାଣୀକୁ “ସମ୍ପୂର୍ଣ୍ଣ ମିଥ୍ୟା” ବୋଲି କହିଥିଲେ। ପଣ୍ଡିତ ନେହେରୁ ଏକ ପ୍ରକାର ସମର୍ପଣ କରି ଲିଆକତ
ଅଲୀ ଖାନଙ୍କୁ ଲେଖିଥିଲେ ଯେ ସୋମନାଥ ମନ୍ଦିରର ନିର୍ମାଣ ପରି କିଛି ମଧ୍ୟ ହେଉନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା