ସଡକ ଦୁର୍ଘଟଣାରେ ଆହତଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ଅପିଲ-ପଥବୀର ହୋଇ ଜୀବନ ବଂଚାନ୍ତୁ, 25ହଜାର ଟଙ୍କା ଏବଂ ଆଇନ ସୁରକ୍ଷା ପାଆନ୍ତୁ
ନୂଆଦିଲ୍ଲୀ, 04 ଜାନୁଆରି (ହି.ସ.)- ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ବଞ୍ଚାଇବା ପାଇଁ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଲୋକମାନଙ୍କୁ ଭୟ ବିନା ଆଗକୁ ଆସି ସହାୟତା କରିବାକୁ ଆହ୍ୱାନ କରିଛି। ସଡ଼କ ଦୁର୍ଘଟଣା ପରେ ପ୍ରଥମ ଏକ ଘଣ୍ଟା (ଗୋଲ୍ଡେନ୍
ସଡକ ଦୁର୍ଘଟଣାରେ ଆହତଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ     ଅପିଲ-ପଥବୀର ହୋଇ ଜୀବନ ବଂଚାନ୍ତୁ, 25ହଜାର ଟଙ୍କା ଏବଂ ଆଇନ ସୁରକ୍ଷା ପାଆନ୍ତୁ


ନୂଆଦିଲ୍ଲୀ, 04 ଜାନୁଆରି (ହି.ସ.)- ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ

ବଞ୍ଚାଇବା ପାଇଁ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଲୋକମାନଙ୍କୁ ଭୟ ବିନା ଆଗକୁ

ଆସି ସହାୟତା କରିବାକୁ ଆହ୍ୱାନ କରିଛି। ସଡ଼କ ଦୁର୍ଘଟଣା ପରେ ପ୍ରଥମ ଏକ ଘଣ୍ଟା (ଗୋଲ୍ଡେନ୍

ଆୱର) ମଧ୍ୟରେ ଆହତଙ୍କୁ ସହାୟତା କରୁଥିବା ପଥବୀର(ଗୁଡ୍ ସାମାରିଟନ୍)ମାନଙ୍କୁ ଆଇନ

କାର୍ଯ୍ୟାନୁଷ୍ଠାନ, ପୋଲିସ ହେପାଜତ ଓ

ବ୍ୟକ୍ତିଗତ ତଥ୍ୟ ସେୟାର କରିବାର ବାଧ୍ୟତାରୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯାଇଛି। ସରକାର ଏମିତି

ସହାୟକମାନଙ୍କୁ ଆହତଙ୍କୁ ସମୟରେ ହସ୍ପିଟାଲ୍‌କୁ ପହଞ୍ଚାଇଲେ ୨୫,୦୦୦ ଟଙ୍କା ନଗଦ

ପୁରସ୍କାର ଏବଂ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଜଣେ ବ୍ୟକ୍ତିକୁ ବର୍ଷକୁ ସର୍ବାଧିକ

୫ ଥର ପର୍ଯ୍ୟନ୍ତ ଏହି ସମ୍ମାନ ମିଳିପାରିବ।

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ୨୦୨୦ ମସିହାରେ ମୋଟର ଭେହିକଲ୍ସ

(ସଂଶୋଧନ) ଆଇନ, ୨୦୧୯ ର ଧାରା ୧୩୪ଏ

ଅନୁସାରେ ରାହବୀର ନିୟମାବଳୀ ଅଧିସୂଚିତ କରିଥିଲା। ଏହି ନିୟମାବଳୀ ଅନୁସାରେ ସହାୟତା କରୁଥିବା

ବ୍ୟକ୍ତିକୁ ସିଭିଲ୍ କିମ୍ବା କ୍ରିମିନାଲ୍ ଦାୟିତ୍ୱରୁ ମୁକ୍ତ ରଖାଯାଇଛି। ନିୟମ ଅନୁଯାୟୀ, ସହାୟତା ସମୟରେ

ରାହବୀରଙ୍କୁ ନାମ, ଠିକଣା କିମ୍ବା

ଫୋନ୍ ନମ୍ବର ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ। ପୋଲିସ ଦ୍ୱାରା ଅନାବଶ୍ୟକ ପ୍ରଶ୍ନ, ହେପାଜତ କିମ୍ବା ପଚରାଉଚରା

ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି। ହସ୍ପିଟାଲ୍‌ରେ ଜରୁରୀକାଳୀନ ଚିକିତ୍ସା ପାଇଁ ସହାୟକଙ୍କୁ

କୌଣସି ଶୁଳ୍କ ନିଆଯିବ ନାହିଁ। ଯଦି କୌଣସି ପଥବୀର ସାକ୍ଷୀ ହେବାକୁ ଚାହାନ୍ତି, ତେବେ ତାଙ୍କର ବୟାନ

କେବଳ ଗୋଟିଏ ଥର ନିଆଯିବ, ତାହା ମଧ୍ୟ ତାଙ୍କ

ସୁବିଧାଜନକ ସମୟ ଓ ସ୍ଥାନରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande