
ଗଙ୍ଗଟକ୍, ୪ ଜାନୁଆରୀ (ହି.ସ.)- ସିକିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ଏ. ମହମ୍ମଦ ମୁସ୍ତାକ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଧାନୀର ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସିକିମ୍ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ସିକିମ୍ ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ. ମହମ୍ମଦ ମୁସ୍ତାକଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଲୋକଭବନର ଆଶୀର୍ବାଦ ହଲ୍ ରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ, ସିକିମ ବିଧାନସଭାର ବାଚସ୍ପତି ଏମ.ଏନ. ଶେର୍ପା ଏବଂ ଉପବାଚସ୍ପତି ରାଜକୁମାରୀ ଥାପା, ସିକିମ ହାଇକୋର୍ଟର ବିଚାରପତି ଜଷ୍ଟିସ ମୀନାକ୍ଷୀ ମଦାର ରାୟ ଏବଂ ଜଷ୍ଟିସ ଭାସ୍କର ରାଜ ପ୍ରଧାନ, ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହା ପୂର୍ବରୁ, ସିକିମ ସରକାରଙ୍କ ମୁଖ୍ୟ ସଚିବ ଆର. ତେଲାଙ୍ଗ ମୁଖ୍ୟ ବିଚାରପତି ମୁସ୍ତାକଙ୍କ ନିଯୁକ୍ତିର ବିଜ୍ଞପ୍ତି ଏବଂ ୱାରେଂଟ ପାଠ କରିଥିଲେ । ଶପଥ ଗ୍ରହଣ ଉତ୍ସବ ପରେ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ