ଆମ୍ବାଗୁଡାରେ ଅଭିଯୋଗ ଓ ଜନ ଶୁଣାଣି ଶିବିର
ଜୟପୁର, ୦୫ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ଠାରେ ପଂଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଜିପିଓ ସୁବାସ ଖିଲ, ଆକାଉଂଟ ଅଫିସର ତତ୍ୱମିସି ଖୁଂଟିଆ, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ସସ୍ମ
ଆମ୍ବାଗୁଡା ରେ ଅଭିଯୋଗ ଓ ଜନ ଶୁଣାଣି   ଶିବିର


ଜୟପୁର, ୦୫ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ଠାରେ ପଂଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଜିପିଓ ସୁବାସ ଖିଲ, ଆକାଉଂଟ ଅଫିସର ତତ୍ୱମିସି ଖୁଂଟିଆ, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ସସ୍ମିତା ପରିଡା ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରିମାନେ ଉପସ୍ଥିତ ଥିଲେ । ଏଥିରେ ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ପାନୀୟ ଜଳ ସମସ୍ୟା, ଆବାସ ଯୋଜନାରେ ସାମିଲ ଉପରେ ଦାବି କରାଯାଇଥିଲା । ଏହା ସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେ ନେଇ ସଚେତନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande