
ବଲାଙ୍ଗିର, 07 ଜାନୁଆରି (ହି.ସ.) : ଦେଓଗାଁ ବ୍ଲକ ଅଧିନସ୍ଥ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ପରିଚାଳକ ଡା. ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଲିନା ବାବୁ, ଅନୁଷ୍ଠାନର ସମ୍ପାଦକ ଭୁବନେଶ୍ୱର ସାମଲ, ଉପଦେଷ୍ଟା ନନ୍ଦି କିଶୋର ଷାଣ୍ଢ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରତିନିଧି ଶିକ୍ଷକ ସୁଶାନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ହିଁ ସେବା ତଥା ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଆଲୋଚନା କରି ଅନ୍ତେବାସୀମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଅନ୍ତେବାସୀ, ଛାତ୍ରଛାତ୍ରୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ନଗର ପରିକ୍ରମା କରିଥିଲେ । ସ୍ଵଚ୍ଛତା ହିଁ ସେବା ବିଷୟରେ ଛାତ୍ର, ଛାତ୍ରୀମାନଙ୍କ ଦ୍ଵାରା ବକ୍ତବ୍ୟ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଶିଶୁ ମଙ୍ଗଳ ଅଧିକାରୀ ସମୀର ସାଗର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗତିକୃଷ୍ଣ ସାହୁ, ସାନନ୍ଦ ଷଡ଼ଙ୍ଗୀ, ନିବେଦିତା ସାମଲ, ଠାକୁର ଭୋଇ, ଚତୁର୍ଭୁଜ ଭୋଇ, ରମାକାନ୍ତ ସାହୁ, ସାନନ୍ଦ ଭୋଇ, ବିରାଟ ସାମଲ, ବୈଶାଖୁ ପଧାନ ସହଯୋଗ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ ସୁରେଶ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ