
ମୁଖୀଗୁଡା,୮ଜାନୁଆରୀ ( ହି ସ) - ହାତୀ ନଦୀ ରୁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ୫ ଟ୍ରାକ୍ଟର ଏବଂ ଜେସିବିକୁ ଜୟପାଟଣା ପୋଲିସ ଜବତ କରିଛି । ଜୟପାଟଣା ନିକଟ ହାତୀ ନଦୀଘାଟରୁ ଜେସିବିରେ ବାଲି ଲୋଡ଼ ହୋଇ ।ଟ୍ରାକ୍ଟର ରେ ଚୋରା ଚାଲାଣ ହେଉଥିଲା ଏନେଇ ଜୟପାଟଣା ଥାନା ଜୟପାଟଣା ଆଇ ଆଇସି ଅର୍ଚ୍ଚନା ନାଏକଙ୍କ ନେତୃତ୍ୱରେ ଚଢାଉ କରାଯାଇ ଟ୍ରାକ୍ଟର ନମ୍ବର ଓଡି ୦୮କ୍ୟୁ ୩୦୯୫, ଓଡି୦୮ଏମ୩୪୨୦,ଓ ଡି୦୮ ୟୁ ୯୪୨୦,ଓଡି ୦୮କ୍ୟୁ ୮୦୯୩ ସହ ନମ୍ବର ବିହୀନ ସ୍ୱରାଜ ଟ୍ରାକ୍ଟର ଏବଂ ଜେସିବି ନମ୍ବର ଓଡି୦୮ଏଫ୪୭୯୪ କୁ ଜବତ କରାଯାଇଛି ଏନେଇ ଜୟପାଟଣା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଟ୍ରାକ୍ଟର ଧରା ପଡିବା ପରେ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟର ମାଲିକ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ନିହାର