ଯାତ୍ରା ଖଳନାୟକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ମହେଶ
ଭୁବନ, ୮ ଜାନୁଆରୀ (ହି.ସ.) - ଓଡ଼ିଶା ଯାତ୍ରା ଜଗତ ର ଦୁର୍ଦ୍ଦାନ୍ତ ଖଳନାୟକ ସ୍ୱର୍ଗତ ଜ୍ଞାନ ରଞ୍ଜନ ସାହୁ ଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ପୂର୍ବତନ ସାଂସଦ ମହେଶ ସାହୁ । ପରେ ୫ ନମ୍ବର ୱାର୍ଡ ବାସିନ୍ଦା ଅବସରପ୍ରାପ୍ତ ବନପାଳ ସ୍ୱର୍ଗତ ବ
ଯାତ୍ରା ଖଳନାୟକଙ୍କ ପରିବାର ବର୍ଗଙ୍କୁ ଭେଟିଲେ ମହେଶ


ଭୁବନ, ୮ ଜାନୁଆରୀ (ହି.ସ.) - ଓଡ଼ିଶା ଯାତ୍ରା ଜଗତ ର ଦୁର୍ଦ୍ଦାନ୍ତ ଖଳନାୟକ ସ୍ୱର୍ଗତ ଜ୍ଞାନ ରଞ୍ଜନ ସାହୁ ଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ପୂର୍ବତନ ସାଂସଦ ମହେଶ ସାହୁ । ପରେ ୫ ନମ୍ବର ୱାର୍ଡ ବାସିନ୍ଦା ଅବସରପ୍ରାପ୍ତ ବନପାଳ ସ୍ୱର୍ଗତ ବସନ୍ତ କୁମାର ସାହୁ ଙ୍କ ଧର୍ମପତ୍ନୀ ସ୍ୱର୍ଗତ ଶାନ୍ତିଲତା ସାହୁ ଙ୍କ ଏକାଦଶ କ୍ରିୟା ରେ ଯୋଗଦେଇଥିଲେ । ପୂର୍ବତନ ସାଂସଦ ମହେଶ ଙ୍କ ସହ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande