
କେନ୍ଦ୍ର ମନ୍ତ୍ରୀ
ନୀତିନ ଗଡ଼କରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ନୂଆଦିଲ୍ଲୀ /
ଭୁବନେଶ୍ୱର, 07 ଜାନୁଆରୀ (ହି.ସ.)
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ
ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସଡ଼କ ବିକାଶ ସଂପର୍କିତ ତିନିଟି ମୁଖ୍ୟ ଦାବି ରଖିଛନ୍ତି । ଏହି
ଆଲୋଚନା ସମୟରେ ଭୁବନେଶ୍ୱର ଓ ଆସପାସ ଅଞ୍ଚଳର
ଯାତାୟାତ ସମସ୍ୟା ସମାଧାନ ନେଇ ଗଭୀର ଆଲୋଚନା ହୋଇଥିଲା। ସାଂସଦ ଅପରାଜିତା ନିଜେ ସୋସିଆଲ
ମି଼ଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ,
ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ୍ ଏବଂ ଏନ୍ଏଚ୍-୫୭ର ଅତ୍ରି ଓ
ବାଘମାରି ନିକଟରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଏହି ସମସ୍ତ ପ୍ରକଳ୍ପ ପାଇଁ
ପ୍ରାୟ ୧୧୧ କୋଟି ଟଙ୍କା ବ୍ୟୟ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଏହାସହିତ
ଖୋର୍ଦ୍ଧା-ନୟାଗଡ଼ ରାସ୍ତା (ପ୍ରାୟ ୬୫ କିଲୋମିଟର) କୁ ୪ ଲେନ୍ କରିବା ଦାବି ମଧ୍ୟ ସାଂସଦ
ରଖିଥିଲେ। କେନ୍ଦ୍ର ମନ୍ତ୍ରୀ ଏହି ପ୍ରସ୍ତାବକୁ ଯଥାବିଧି ପ୍ରକ୍ରିୟା ଅନୁସାରେ କାର୍ଯ୍ୟାନ୍ୱୟନ
କରାଯିବ ବୋଲି ଆଶ୍ୱାସନ ଦେଇଥିବା ସେ କହିଛନ୍ତି।
ସାଂସଦ ଅପରାଜିତା
ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ବାଇପାସ୍ ଓ ଅଣ୍ଡରପାସ୍ ନିର୍ମାଣ ହେଲେ ଅଞ୍ଚଳରେ ଯାତାୟାତ ସୁବିଧା ବଢ଼ିବା ସହ
ଦୁର୍ଘଟଣା କମିବ ଏବଂ ଅର୍ଥନୈତିକ ଗତିଶୀଳତା ବୃଦ୍ଧି ପାଇବ। ଭୁବନେଶ୍ୱର ସହ ଖୋର୍ଦ୍ଧା ଓ
ନୟାଗଡ଼ ଜିଲ୍ଲାର ଲୋକମାନେ ଏହାର ସିଧାସଳଖ ଲାଭ ପାଇବେ।
ସେ ଏହି
ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେବା ପାଇଁ କେନ୍ଦ୍ର ସରକାର ଏବଂ ସଡ଼କ
ପରିବହନ ଓ ରାଜପଥ ମନ୍ତ୍ରଣାଳୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ