ବିଜେବି ୭୪ ବ୍ୟାଚର କର୍ମକର୍ତ୍ତା ନିର୍ବାଚନ
ଭୁବନେଶ୍ୱର, 05 ଜାନୁଆରି (ହି.ସ.) ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂଘ, ବିଜେବି-୭୪ର ହୋଟେଲ ଏକ୍ସିଲେନ୍‌ସି, ଭୁବନେଶ୍ୱର ଠାରେ ୩୪ତମ ସାଧାରଣ ଅବେଶନରେ ଏହାର ନିର୍ବାଚନ ଅଧ୍ବକାରୀ ଡ. କୃଷ୍ଣପ୍ରସାଦ ପାଢ଼ୀଙ୍କ ତତ୍ତ୍ଵାବଧାନରେ ନିର୍ବାଚନ ପରିଚାଳନା କରାଯାଇ କର୍ମକର୍ତ୍ତ
ଦଡଡ-ଦତର


ଭୁବନେଶ୍ୱର, 05 ଜାନୁଆରି (ହି.ସ.) ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂଘ, ବିଜେବି-୭୪ର ହୋଟେଲ ଏକ୍ସିଲେନ୍‌ସି, ଭୁବନେଶ୍ୱର ଠାରେ ୩୪ତମ ସାଧାରଣ ଅବେଶନରେ ଏହାର ନିର୍ବାଚନ ଅଧ୍ବକାରୀ ଡ. କୃଷ୍ଣପ୍ରସାଦ ପାଢ଼ୀଙ୍କ ତତ୍ତ୍ଵାବଧାନରେ ନିର୍ବାଚନ ପରିଚାଳନା କରାଯାଇ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥ‌ିରେ ବିଜେବି କଲେଜ ପ୍ରାକ୍ତନ ଛାତ୍ର ବିଶିଷ୍ଟ ସମାଜସେବୀ ଓ ଖଣି ବ୍ୟବସାୟୀ ଶ୍ରୀ ତାରିଣୀ ପ୍ରସାଦ ମହାନ୍ତି, ସଭାପତି କେଦାର ନାଥ ଦାସ, ପ୍ରଦୋଷ ମହାପାତ୍ର, ବିଦ୍ୟୁତ ପ୍ରକାଶ ରାୟ-ଉପସଭାପତି, କେଦାର ପଟ୍ଟନାୟକ-ସମ୍ପାଦକ, ଡ. ନାରାୟଣ ସାହୁ, ଇଂ ଅସୀମାନନ୍ଦ ମହାନ୍ତି- ଯୁଗ୍ମ ସମ୍ପାଦକ, ନିରଞ୍ଜନ ମିଶ୍ର-ସଙ୍ଗଠନ ସମ୍ପାଦକ, ଲକ୍ଷ୍ମୀଧର ଜେବା-କୋଷାଧ୍ୟକ୍ଷ, ଚିତ୍ତରଞ୍ଜନ ମହାନ୍ତି ଓ ପ୍ରଭାତ କୁମାର ରଥ ‘କାର୍ଯ୍ୟକାରୀ କମିଟି ସଭ୍ୟ’ଭାବେ ଆଗାମୀ ଦୁଇବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ଅନୁଷ୍ଠାନର ପ୍ରାକ୍ତନ ସଭାପତି ଡ. ବିଶ୍ଵବିଜୟୀ ପାଣିଗ୍ରାହୀ, ପ୍ରାକ୍ତନ ସମ୍ପାଦକ ଡ. ସୁରେନ୍ଦ୍ର ନାଥ ସ୍ୱାଇଁ (ସମ୍ ହସ୍ପିଟାଲ ଭେଷଜ ବିଭାଗ ପ୍ରଫେସର) ଦୀର୍ଘ ୨୫ ବର୍ଷଧରି ବି.ଜେ.ବି- ୭୪ ନିଜର ବହୁମୁଖୀ କାର୍ଯ୍ୟଧାରା ଓ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ଅବସରରେ ମେଧାବୀ ଛାତ୍ରଙ୍କୁ ପ୍ରେତ୍ସାହନ ଓ ବିଜେବି କଲେଜ ଅଧ୍ୟାପକ ଓ ଅଧ୍ୟାପିକା ଓ ଦେଶର ବରେଣ୍ୟ ପ୍ରତିଭାଙ୍କୁ ସମ୍ମାନିତ କରିବା, ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟକ୍ରମରେ ବିଭିନ୍ନ ଅନାଥାଶ୍ରମକୁ ସାହାଯ୍ୟ, ବୃକ୍ଷରୋପଣ, ସ୍ୱାସ୍ଥ୍ୟଶିବିର ଇତ୍ୟାଦି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଯୁବସମାଜ ଓ ସମସ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ପ୍ରେରଣା ଯୋଗାଇ ଆସୁଛି ଏବଂ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ପଦ୍ମଲୋଚନ ମହାନ୍ତି, ହାରୁନ ରସିଦ ଖାନ୍, ପୂର୍ବତନ ପ୍ରଶାସକ କୃଷ୍ଣଚନ୍ଦ୍ର ପାତ୍ର ଓ ପୃଥ୍ବୀ ସିଂ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଜେବି ୭୪ର ନିର୍ବାଚିତ ସଭାପତି ତାରିଣୀ ପ୍ରସାଦ ମହାନ୍ତି ଓ ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମତ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande