ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପ୍ରତିବାଦରେ ଉକ୍ରଳ ମହିଳା ସମିତିର ବିକ୍ଷୋଭ
Bhubaneswar, 05 ଜାନୁଆରି (ହି.ସ.) ଭେନେଜୁଏଲା ବିରୋଧରେ ଆମେରିକାର ଆକ୍ରମଣକୁ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କର ସହଧର୍ମିଣୀ ସିଲିଆ ଫ୍ଲୋରେସଙ୍କୁ ଅପହରଣ କରାଯାଇଥିବା ଘଟଣାକୁ କଟୁ ସମାଲୋଚନା ସହ ଭେନେଜୁଏଲା ଆକ୍ରମଣ ଉପରେ ଜାତିସଂଘ ହସ୍ତକ୍ଷେପ କରିବା ପାଇଁ ଦାବି କରି ଉକ୍ରଳ ମହିଳା
ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପ୍ରତିବାଦରେ ଉକ୍ରଳ ମହିଳା ସମିତିର ବିକ୍ଷୋଭ


Bhubaneswar, 05 ଜାନୁଆରି (ହି.ସ.)

ଭେନେଜୁଏଲା ବିରୋଧରେ ଆମେରିକାର ଆକ୍ରମଣକୁ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କର ସହଧର୍ମିଣୀ ସିଲିଆ ଫ୍ଲୋରେସଙ୍କୁ ଅପହରଣ କରାଯାଇଥିବା ଘଟଣାକୁ କଟୁ ସମାଲୋଚନା ସହ ଭେନେଜୁଏଲା ଆକ୍ରମଣ ଉପରେ ଜାତିସଂଘ ହସ୍ତକ୍ଷେପ କରିବା ପାଇଁ ଦାବି କରି ଉକ୍ରଳ ମହିଳା ସମିତି ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ପ୍ଲାକାର୍ଡ ଓ ଫେଷ୍ଟୁନ ଧରି ଶୋଭାଯାତ୍ରାରେ ଯାଇ ଛାଇ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବର୍ବର ଅମାନୁଷିକ କାର୍ଯ୍ୟକୁ ଉକ୍ରଳ ମହିଳା ସମିତି ତୀବ୍ର ନିନ୍ଦା କରୁଛି । ଆମେରିକାର ଆକ୍ରମଣ ବିରୁଦ୍ଧରେ ଓ ନିଜ ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସାରା ବିଶ୍ୱର ସମସ୍ତ ବାମପନ୍ଥୀ, ଛାତ୍ର, ମହିଳା ଓ ଯୁବ ସଙ୍ଗଠନମାନେ ରାସ୍ତାକୁ ଓହ୍ଲାଇ ଏକତି୍ରତ ହୋଇ ବିକ୍ଷୋଭ କରୁଛନ୍ତି । ରାଷ୍ଟ୍ରପତି ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଉକ୍ରଳ ମହିଳା ସମିତି ଦାବି କରିଛି । ଏହି ବିକ୍ଷୋଭରେ ରାଜ୍ୟ ସଭାପତି ପ୍ରମୋଦିନୀ ପାଇକରାୟ, ସମ୍ପାଦିକା ଜିନ୍ମୟୀ ସାହାଣୀ, କାର୍ଯ୍ୟକାରୀ ସମ୍ପାଦିକା କୃଷ୍ଣପି୍ରୟା ମିଶ୍ର, ଉପସଭାପତି ମାନୁମତି ରେଡି, ଉପସଭାପତି ଆଭାମୟୀ ମହାନ୍ତି, ରାଜ୍ୟ ନେତ୍ରୀ ବିଦୁଲତା ପୃଷ୍ଟି, ରାଜ୍ୟ ନେତ୍ରୀ ନମିତା ସାହୁ, ବାସନ୍ତି ପ୍ରଧାନ, ସୀତାରାଣୀ ସ୍ୱାଇଁ, ମୋନାଲିସା ଦାସ, ରଶ୍ମିତା ବେହେରା, ଗାୟତ୍ରୀ ଦାସ ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭକୁ ସଫଳ କରିଥିଲେ । ବିକ୍ଷୋଭ ପରେ ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ସାବିତ୍ରୀବାଈ ଫୁଲେଙ୍କ ଜୟନ୍ତୀ ପାଳନ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande