ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଂଟନ
କେନ୍ଦୁଝର, ୦୫ ଜାନୁଆରୀ(ହି.ସ.) – ଜିଲ୍ଲାରେ ବଢୁଥିବା ଶୀତର ପ୍ରକୋପକୁ ଦେଖିକ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ଲୋକାଭୀମୁଖୀ ଅନୁଷ୍ଠାନ ମା ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କେନ୍ଦୁଝର ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୫ରେ ଥିବା ସମସ୍ତ ଅସହାୟ ବୃଦ୍ଧ ବୃଦ୍ଧା, ଗରିବ, ଦିବ୍ୟାଙ୍ଗ ଏବ
ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଂଟନ


କେନ୍ଦୁଝର, ୦୫ ଜାନୁଆରୀ(ହି.ସ.) – ଜିଲ୍ଲାରେ ବଢୁଥିବା ଶୀତର ପ୍ରକୋପକୁ ଦେଖିକ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ଲୋକାଭୀମୁଖୀ ଅନୁଷ୍ଠାନ ମା ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କେନ୍ଦୁଝର ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୫ରେ ଥିବା ସମସ୍ତ ଅସହାୟ ବୃଦ୍ଧ ବୃଦ୍ଧା, ଗରିବ, ଦିବ୍ୟାଙ୍ଗ ଏବଂ ନିଷ୍ପେସିତ ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଟ୍ରଷ୍ଟର ସକ୍ରିୟ ସଦସ୍ୟ ତଥା କାଉନସିଲର ଅବିନାଶ ମିଶ୍ର ଏବଂ ୧୫ ନମ୍ବର ୱାର୍ଡର କାଉନସିଲର ଭଗବାନ ନାଏକଙ୍କ ସମେତ ଟ୍ରଷ୍ଟର ସଦସ୍ୟ ମାନେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ କେନ୍ଦୁଝର ମାଟିର ଲୋକପ୍ରିୟ ନେତା ବିଶିଷ୍ଟ ସମାଜସେବୀ ତଥା ବିଧାୟକ ଚମ୍ପୁଆ ସନାତନ ମହାକୁଡ଼ଙ୍କ ଆର୍ଥକ ସହାୟତା ଏବଂ ନିର୍ଦେଶ କ୍ରମେ ପ୍ରତିବର୍ଷ ଜିଲ୍ଲାରେ ଶୀତର ପ୍ରକୋପକୁ ଦୃଷ୍ଟିରେ ରଖୂ ଜିଲ୍ଲାରେ ଥିବା ସମସ୍ତ ବୃଦ୍ଧ ବୃଦ୍ଧା, ଗରିବ, ଦିବ୍ୟାଙ୍ଗ ଏବଂ ଅସହାୟ ବ୍ୟକ୍ତିବିଶେଷଙ୍କୁ ଟ୍ରଷ୍ଟ ତରଫରୁ କମ୍ବଳ ବଂଟନ କରାଯାଇଥାଏ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande