ମୁଖ୍ୟମନ୍ତ୍ରୀଙ୍କ ୫୪ ତମ ଜନ୍ମଦିନରେ ଅନୁଷ୍ଠିତ ହେବ ମେଗା ରକ୍ତଦାନ ଶିବିର
କେନ୍ଦୁଝର, ୦୫ ଜାନୁଆରୀ(ହି.ସ.) – ମୁଖ୍ୟମନ୍ତ୍ରୀଙ୍କ ୫୪ ତମ ଜନ୍ମଦିନ ଅବସରରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଅନୁଷ୍ଠିତ ହେବାକୁ ଥିବା ମେଗା ରକ୍ତଦାନ ଶିବିରରେ ଅନଲାଇନରେ ଯୋଡ଼ିହୋଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ
ମୁଖ୍ୟମନ୍ତ୍ରୀଙ୍କ ୫୪ ତମ ଜନ୍ମଦିନରେ ଅନୁଷ୍ଠିତ ହେବ ମେଗା ରକ୍ତଦାନ ଶିବିର


କେନ୍ଦୁଝର, ୦୫ ଜାନୁଆରୀ(ହି.ସ.) – ମୁଖ୍ୟମନ୍ତ୍ରୀଙ୍କ ୫୪ ତମ ଜନ୍ମଦିନ ଅବସରରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଅନୁଷ୍ଠିତ ହେବାକୁ ଥିବା ମେଗା ରକ୍ତଦାନ ଶିବିରରେ ଅନଲାଇନରେ ଯୋଡ଼ିହୋଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୫୦୦ରୁ ଉର୍ଦ୍ଧ ରକ୍ତଦାତା ରକ୍ତଦାନ କରିବେ ବୋଲି ଶ୍ରୀଯୁକ୍ତ ମହାନ୍ତ ସୂଚନା ଦେଇଛନ୍ତି। ଜିଲ୍ଲାର ସମସ୍ତ ମଣ୍ଡଳର କାର୍ଯ୍ୟକର୍ତା ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ସାଧାରଣ ଜନତା ଏଥିରେ ସାମିଲ ହେବେ ବୋଲି କହିଛନ୍ତି ଜିଲ୍ଲା ସଭାପତି। ସକାଳ ୮ ଘଟିକାରୁ ଏହି ରକ୍ତଦାନ ଶିବିର ଆରମ୍ଭ ହେବାକୁ ଥିବାବେଳେ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏହି ଶିବିର ଚାଲିବ। ରକ୍ତ ଅଭାବରୁ ଜିଲ୍ଳାରେ ଯେମିତି କାହାର ଜୀବନ ନଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ଜନ୍ମଦିନରେ ଏହା ଏକ ଛୋଟ ପ୍ରୟାସ ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande