ଆଜି ବୈଦିକ ଶିକ୍ଷାର ବିଲୟ ଘଟିଥିବାବେଳେ ମୂଲ୍ୟବୋଧ ଭିତିକ ଶିକ୍ଷାର ବିକାଶ ହୋଇପାରିନାହିଁ, ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳିତ
ଭଦ୍ରକ, ୫ ଜାନୁଆରୀ (ହି.ସ.) - ଯେଉଁ ଜ୍ଞାନୀଗୁଣୀ ବ୍ୟକ୍ତିଙ୍କ ପାଇଁ ଏହି ଶିକ୍ଷାନୁଷ୍ଠାନ ଏକ ବଟବୃକ୍ଷରେ ପରିଣତ ହୋଇଛି, ସେମାନେ ଆମ ପାଇଁ ଚିରସ୍ମରଣୀୟ। ଶିକ୍ଷା ଗ୍ରହଣ କରିଥିବା ବିଦ୍ୟାଳୟ ବ୍ୟକ୍ତିର ମା ସଦୃଶ । ବିଦ୍ୟାଳୟରେ ଶିଶୁ ଶିକ୍ଷା ଗ୍ରହଣ କରି ପରବର୍ତି ଜୀବନକୁ ସାର୍ଥକ କରିଥାଏ। ସେହି ବ
CHINGIDIPUR JAGANNATH SCHOLL SUBARNA JAYANTI


ଭଦ୍ରକ, ୫ ଜାନୁଆରୀ (ହି.ସ.) - ଯେଉଁ ଜ୍ଞାନୀଗୁଣୀ ବ୍ୟକ୍ତିଙ୍କ ପାଇଁ ଏହି ଶିକ୍ଷାନୁଷ୍ଠାନ ଏକ ବଟବୃକ୍ଷରେ ପରିଣତ ହୋଇଛି, ସେମାନେ ଆମ ପାଇଁ ଚିରସ୍ମରଣୀୟ। ଶିକ୍ଷା ଗ୍ରହଣ କରିଥିବା ବିଦ୍ୟାଳୟ ବ୍ୟକ୍ତିର ମା ସଦୃଶ । ବିଦ୍ୟାଳୟରେ ଶିଶୁ ଶିକ୍ଷା ଗ୍ରହଣ କରି ପରବର୍ତି ଜୀବନକୁ ସାର୍ଥକ କରିଥାଏ। ସେହି ବିଦ୍ୟାଳୟ ପ୍ରତି ସର୍ବଦା ଅନୁରକ୍ତ ରହିବା ଉତମ ବ୍ୟକ୍ତିର ଲକ୍ଷଣ । ଆଜି ଶିକ୍ଷାର ପରିବେଶ ବଦଳିଛି। ବୈଦିକ ଶିକ୍ଷାର ଆଜି ବିଲୟ ଘଟିଥିବାବେଳେ ମୂଲ୍ୟବୋଧ ଭିତିକ ଶିକ୍ଷାର ବିକାଶ ହୋଇପାରିନାହିଁ। ପଣ୍ଡିତ ଏବେ ଜମିଦାର ପାଖକୁ ଯାଇ ମୁଣ୍ଡିଆ ମାରୁଛନ୍ତି। ଆଜିର ଛାତ୍ରଛାତ୍ରୀମାନେ ଜ୍ଞାନ ଅର୍ଜନ ନୁହେଁ ବିଦ୍ୟା ଅର୍ଜନ ଚାହୁଁଛନ୍ତି। ଯାହା ସେମାନଙ୍କୁ ଚାକିରୀ କରିବାରେ ସହାୟକ ହେବ ବୋଲି ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଂଚାୟତ ଚିଙ୍ଗୁଡିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ପୂରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଓ ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରି ଏହି ବିଦ୍ୟାଳୟ ଗୋଦାବରୀଶ ବିଦ୍ୟାଳୟ ପାଇଁ ଚୟନ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସୁଧାବାଦ ଜଣାଇଥିଲେ। ଏବଂ ପ୍ରତି ପଂଚାୟତରେ ଏଭଳି ଗୋଦାବରୀଶ ମିଶ୍ର ବିଦ୍ୟାଳୟ ସ୍ଥାପନ ହେବ। ଆଗକୁ ବଢିବାକୁ ହେଲେ ଆଜିର ଛାତ୍ରଛାତ୍ରୀମାନେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗରୁତ୍ୱ ଦେବା ଉଚିତ୍‌। ଏବଂ ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ କହିଥିଲେ। ଏଥିରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରଫେସର ଡ. ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା, ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ପୂର୍ବତନ ପ୍ରଧାନଶିକ୍ଷକ ରବିନାରାୟଣ ପତି, ବିଦ୍ୟାଳୟ ପ୍ରତିଷ୍ଠାତା ଅରୁଣୋଦୟ ଖିଲାର ଓ ସ୍ଥାନୀୟ ସରପଂଚ ଅମୂଲ୍ୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସୁବର୍ଣ୍ଣଜୟନ୍ତୀ ସାମରୋହ ପତ୍ରିକା ‘ଜଗନ୍ନାଥାୟନ’ ଓ ମୋହନ ଚନ୍ଦ୍ର ଖିଲାରଙ୍କ ଦ୍ୱାରା ରଚିତ ‘ସାବରମତୀର ସନ୍ଥ’ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମ୍ପାଦକ ବିନୋଦ ବିହାରୀ ମହାରଣା ସମ୍ପାଦକୀୟ ବିବରଣୀ ଓ ପୁରାତନ ଛାତ୍ର ସଦାନନ୍ଦ ପଣ୍ଡା ବିଦ୍ୟାଳୟର ଇତିହାସ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବନେତା ସୁରେଶ ସାମଲ ସ୍ୱାଗତ ଭାଷଣ, ଅମିତାଭ ଖିଲାର ଅତିଥି ପରିଚୟ ଓ ପ୍ରମୋଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ନିର୍ମଳ ଚନ୍ଦ୍ର ସ୍ୱାଇଁ, ବାସୁଦେବ ଗୋଚ୍ଛାୟତ, ଶିକ୍ଷୟତ୍ରୀ ବିକଶି ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ। ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande