ବାରହା ଆକ୍ରମଣରେ ୫ ଗୁରୁତର
ଚମ୍ପୁଆ, ୫ ଜାନୁଆରୀ (ହି.ସ.)- ବସିରା ଗ୍ରାମରେ ବାରହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବର ଅନୁସାରେ, ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ଗ୍ରାମ ଭିତରେ ପଶି ପୃଥକ ପୃଥକ ପାଞ୍ଚ ଜଣଙ୍କୁ ଆ
ବାରହା ଆକ୍ରମଣରେ ୫ ଗୁରୁତର


ଚମ୍ପୁଆ, ୫ ଜାନୁଆରୀ (ହି.ସ.)- ବସିରା ଗ୍ରାମରେ ବାରହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ଖବର ଅନୁସାରେ, ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ଗ୍ରାମ ଭିତରେ ପଶି ପୃଥକ ପୃଥକ ପାଞ୍ଚ ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ଦୁଇ ଜଣ ମହିଳା ସମେତ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ଦୂରମଣି ମହାନ୍ତ, ନିରୁପମା ମହାନ୍ତ, ଉମେଶ ଗିରୀ (ଯୋଡ଼ା), ଧରମେଶ ମୁଣ୍ଡାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି। ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି। ତେବେ ଉମେଶ ଗିରୀ ବସିରା ଗ୍ରାମକୁ ଏକ ସୁଧିକ୍ରିୟାରେ ଯୋଗଦେବା ପାଇଁ ଆସି ବାରହା ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande