ଡ଼କ୍ଟର ଗଣେଶ୍ୱର ମହାନ୍ତଙ୍କୁ ସଂଗ୍ରାମୀ ଧରଣୀଧର ଉତ୍କର୍ଷ ସେବା ସମ୍ମାନ
ଚମ୍ପୁଆ, ୦୫ ଜାନୁଆରି (ହି.ସ.) - ଚମ୍ପୁଆ ଏବଂ କେନ୍ଦୁଝରଗଡ଼ସ୍ଥିତ ମା ''ତାରିଣୀ ସୁପର ସ୍ପେସିଆଲିଟି ହସ୍ପିଟାଲର ପରିଚାଳନା ନିର୍ଦେଶକ ଡ଼କ୍ଟର ଗଣେଶ୍ୱର ମହାନ୍ତଙ୍କୁ ତାଙ୍କର ଜିଲ୍ଲା ବାସୀଙ୍କ ପାଇଁ ଉତମ ସେବା ଓ ନିରନ୍ତର ସମାଜସେବା ପାଇଁ ଇଣ୍ଡିଆନ ବାଇ ବାର୍ଥ (ଟ୍ରଷ୍ଟ ଓ ସେବା ଫାଉଣ୍ଡେସନ)ର ଷଷ୍ଠ
ଡ଼କ୍ଟର ଗଣେଶ୍ୱର ମହାନ୍ତଙ୍କୁ ସଂଗ୍ରାମୀ ଧରଣୀଧର ଉତ୍କର୍ଷ ସେବା ସମ୍ମାନ


ଚମ୍ପୁଆ, ୦୫ ଜାନୁଆରି (ହି.ସ.) - ଚମ୍ପୁଆ ଏବଂ କେନ୍ଦୁଝରଗଡ଼ସ୍ଥିତ ମା 'ତାରିଣୀ ସୁପର ସ୍ପେସିଆଲିଟି ହସ୍ପିଟାଲର ପରିଚାଳନା ନିର୍ଦେଶକ ଡ଼କ୍ଟର ଗଣେଶ୍ୱର ମହାନ୍ତଙ୍କୁ ତାଙ୍କର ଜିଲ୍ଲା ବାସୀଙ୍କ ପାଇଁ ଉତମ ସେବା ଓ ନିରନ୍ତର ସମାଜସେବା ପାଇଁ ଇଣ୍ଡିଆନ ବାଇ ବାର୍ଥ (ଟ୍ରଷ୍ଟ ଓ ସେବା ଫାଉଣ୍ଡେସନ)ର ଷଷ୍ଠ ବାର୍ଷିକ ଉତ୍ସବରେ ସଂଗ୍ରାମୀ ଧରଣୀଧର ଉତ୍କର୍ଷ ସେବା ସମ୍ମାନ -୨୦୨୫ ରେ ସମ୍ମାନିତ କରାଯାଇଛି। କେନ୍ଦୁଝର ପାର୍କ ରୋଡ଼ରେ ଅବସ୍ଥିତ ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱକ୍ଷସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲୋକ୍ଟରନିସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମାନ୍ୟବର ଡ଼ା. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଈ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇ ଡ଼କ୍ଟର ଗଣେଶ୍ୱର ମହାନ୍ତଙ୍କୁ ତାଙ୍କ ସେବା ପରାୟଣତା ଓ କୃତିତ୍ୱ ପାଇଁ ସଂଗ୍ରାମୀ ଧରଣୀଧର ଉତ୍କର୍ଷ ସେବା ସମ୍ମାନରେ ସମ୍ମାନିତ କରିଥିଲେ।କାର?୍ୟ୍ୟକ୍ରମକୁ ଫାଉଣ୍ଡେସନ ଟ୍ରଷ୍ଟି ସୁନୀଲ କୁମାର ବେହେରା, ସହ ଫାଉଣ୍ଡର ସତ୍ୟ ରଞ୍ଜନ ସାହୁ ପ୍ରମୁଖଙ୍କ ସହଯୋଗୀତାରେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande