

ବଲାଙ୍ଗୀର, ୫ ଜାନୁଆରୀ (ହି.ସ.)- ବଲାଙ୍ଗୀର ଜିଲ୍ଲାର ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନୂତନ ନାୟକଙ୍କ ସଭାପତିତ୍ବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଶିକ୍ଷକ ସୁରେଶ ବାରିକ ସମସ୍ତଙ୍କୁ ସ୍ଵାଗତ ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଯତ୍ନ ଏବଂ ସୁରକ୍ଷା ଆଇନ ୨୦୧୫, ବାଲ୍ୟ ବିବାହ ନିରୋଧ ଆଇନ୍ ୨୦୦୬, ମିଶନ ବାତ୍ସଲ୍ୟ ୨୦୨୨, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୨୨(ନୂତନ) ଉପରେ ସଚେତନତା କରିଥିଲେ। ଏହି ଅବସରରେ ଅରୁଣାର ଜିଲ୍ଳା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିଶୁ ସୁରକ୍ଷା ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ ଯଥା ଆଶିର୍ବାଦ ଯୋଜନାରେ ୧.୪.୨୦୨୦ ରୁ ୧୫.୯.୨୦୨୧ ଭିତରେ ମୃତ୍ୟୁବରଣ କରିଥିବା ଘରର ମୁଖ୍ୟ ହୋଇଥିଲେ ଶିଶୁ ମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ୧୫୦୦/- ଏବଂ ଉଭୟଙ୍କ(ପିତା, ମାତା) ମୃତ୍ୟୁ ହୋଇଥିଲେ ୨୫୦୦/- ମିଳୁଛି,୧୮ ବର୍ଷ ପରେ ସେହି ହିତାଧିକାରୀମାନଙ୍କ ପାଇଁ ଗ୍ରୀନ ପେସେଜ ସାର୍ଟିଫିକେଟ ପ୍ରଦାନ କରାଯାଏ ଯାହା ଫଳରେ ମାଗଣାରେ ସରକାରୀ ପାଠ ଦେୟ ମୁକ୍ତ ହୋଇଥାଏ । ଯଶୋଦା ଯୋଜନାରେ ମଧ୍ୟ ୨୧ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ଠାରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରଶ୍ମିତା ଦାସ, ଶିକ୍ଷକ ରଞ୍ଜିତ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଡୋଳି ବେହେରା, ଶିଶୁ ହେଲ୍ପ ଲାଇନର ଶ୍ରଦ୍ଧା ସିଂ, ସୁଦନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଶିକ୍ଷକ ସୁରେଶ ବାରିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ