
ଭଦ୍ରକ, ୫ ଜାନୁଆରୀ (ହି.ସ.) - ଏହି ଜିଲାର ଧାମରା ଅଂଚଳର ପ୍ରସିଦ୍ଧ ଗଣପର୍ବ ମକର ସଂକ୍ରାନ୍ତିକୁ କେତୋଟି ଦିନ ବାକି ରହିଥିବା ବେଳେ ମେଳା କମିଟ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ପଡିଆ ସଫା, ମନ୍ଦିର ରଙ୍ଗ, ଅପେରା ସୋ ବୁକିଂ ସହିତ ବିଭିନ୍ନ ଦିଗ ଉପରେ କମିଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ପୁର୍ବବର୍ଷ ପରି ଚଳିତ ବର୍ଷ ଏହି ପ୍ରସିଦ୍ଧ ମେଳାକୁ ସୁଚାରୁପେ ପରିଚାଳନା କରିବା ପାଇଁ ପ୍ରଶାସନ ଓ କମିଟ ପକ୍ଷରୁ ବାରମ୍ବାର ବୈଠକ ମଧ୍ୟ ବସୁଛି । ୧୯୮୧ ମସିହାରେ ଧାମରାଇ ମନ୍ଦିର ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଥିବା ବେଳେ ଏକ ଆଂଚଳିକ କମିଟ ଗଠନ ମଧ୍ୟ ଗଠନ କରାଯାଇଥିଲା। ଏହି ଆଂଚଳିକ କମିଟି ସଦସ୍ୟଙ୍କ ନିଷ୍ପତିକୁ ବିଚାର ବିମର୍ଷ କରିବା ସହ ସମସ୍ତ କଥା ର ଶେଷ ସିଦ୍ଧାନ୍ତ ଏହି ମୁଖ୍ୟ ପରିଚାଳନା କମିଟି ଉପରେ ନ୍ୟସ୍ତ ହୋଇଥିଲା। ଦୀର୍ଘ ୪୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି କମିଟି ଯେନେତେନ ପ୍ରକାରରେ ଚାଲିଛି। ଧାମରା ଓ ଜାଗୁଳା ପଂଚାୟତର ମୋଟ ୮୫ ଜଣ ସଦସ୍ୟଙ୍କୁ ନେଇ ଏକ ଆଂଚଳିକ କମିଟି ଗଠନ କରାଯାଇଥିବା ବେଳେ ଏଥିମଧ୍ୟରୁ ୨୩ଜଣ ମେମ୍ବରଙ୍କୁ ନେଇ ମନ୍ଦିର ନିର୍ମାଣ କମିଟ ଓ ୧୭ ଜଣ ମେମ୍ବରଙ୍କୁ ନେଇ ଏକ ସବ୍ କମିଟ ଗଠନ କରାଯାଇ ପ୍ରତିବର୍ଷ ମକର ମେଳାରୁ ଆୟ ହେଉଥିବା ଅର୍ଥରେ ମନ୍ଦିର ନିର୍ମାଣ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି । ତେବେ ଗତ କିଛି ଦିନ ଧରି ସମସ୍ତ କମିଟି ମଧ୍ୟରେ ମନୋମାଳିନ୍ୟ କୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଁଚିବା ନେଇ ସାମାନ୍ୟ ବିବାଦ ଦେଖାଦେଇଥିଲା । ସବ କମିଟ୍ ମୁଖ୍ୟ ଓ ପରିଚାଳନା କମିଟ ଅର୍ଥ ହେରଫେର ,କମିଟିର ପୁନଃ ଗଠନ, ଆୟ ବ୍ୟୟର ସମୀକ୍ଷା ଏବଂ ଅଡିଟ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଗ୍ରାମ କମିଟି ବସି ସେମାନଙ୍କ ମଧ୍ୟରେ କୌଣସି ବିବାଦ ନ ଥିବା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ତେବେ ପ୍ରସିଦ୍ଧ ଗଣ ପର୍ବରେ କୌଣସି ଅପ୍ରିତୀକର ପରିସ୍ଥିତି ନ ଉପୁଯାଇବା ପାଇଁ ମକରମେଳା ପରିଚାଳନା କମିଟ ର କୋଷାଧକ୍ଷ୍ୟ ତଥା ସବ୍ କମିଟିର ମୁଖ୍ୟ ନିତ୍ୟାନନ୍ଦ ବେହେରା,ଶରତ ଦଳାଇ, ଘନଶ୍ୟାମ ମାଝୀ, ଚଗୁଲୁ ମାଝୀ ଅଂଚଳବାସୀଙ୍କୁ ନିବେଦନ କରିଛନ୍ତି । ମା ଧାମରାଈ ଆଂଚଳିକ କମିଟି ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରି ଧାମରାର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଈ ଓ ମେମ୍ବର ମାନଙ୍କୁ ବଦନାମ କରାଯାଉଥିବା କଥା ଗଣମାଧ୍ୟମ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି । ମା ଧାମରାଈ ଅଂଚଳବାସୀଙ୍କ ଆରାଧ୍ୟ ଦେବୀ ଭାବେ ଖ୍ୟାତ ତେଣୁ ଆମେ ସମସ୍ତେ ମିଳିମିଶି ଏକ ମନ ନେଇ ଏହି ଗଣ ପର୍ବରେ ସାମିଲ ହେବାକୁ ସବ୍ କମିଟ୍ ର ଉପସ୍ଥିତ ମେମ୍ବର ମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ