ଦେଶୀ ମଦ ବନ୍ଦ ବିକ୍ରି କରିବାକୁ ଦାବି
ଜୟପୁର, ୦୫ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ରଣ୍‌ତାପାଲି ପଂଚାୟତର ସାନକାଉଡି ଠାରେ ବେଆଇନ ଭାବେ ବିକ୍ରି ହେଉଥିବା ବିଶାକ୍ତ ଦେଶି ମଦ ବନ୍ଦ କରିବାକୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ସାନକାଉଡି ଠାରେ ୧୫ ବର୍ଷ ହେଲା ବି
ଦେଶୀ ମଦ ବନ୍ଦ ବିକ୍ରି କରିବାକୁ ଦାବି


ଜୟପୁର, ୦୫ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ରଣ୍‌ତାପାଲି ପଂଚାୟତର ସାନକାଉଡି ଠାରେ ବେଆଇନ ଭାବେ ବିକ୍ରି ହେଉଥିବା ବିଶାକ୍ତ ଦେଶି ମଦ ବନ୍ଦ କରିବାକୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ସାନକାଉଡି ଠାରେ ୧୫ ବର୍ଷ ହେଲା ବିଶାକ୍ତ ଦେଶୀମଦ ତିଆରି ହେବା ସହ ବିକ୍ରି ମଧ୍ୟ ହେଉଛି। ଯାହାଫଳରେ ଏହି ବିଶାକ୍ତ ମଦ ପାନ କରି ଅନେକ ଯୁବକ ପ୍ରାଣ ହରାଇଛନ୍ତିଏବଂ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପିଡିତ ହୋଇଛନ୍ତି, ପରିବାରମାନଙ୍କ ମଧ୍ୟରେ କଳହ, ହିଂସା, ଅର୍ôଥକ ଅସୁରକ୍ଷା ହୋଇଥିବାରୁ ପାଠପଢୁଥିବା ପିଲାମାନଙ୍କ ଶିକ୍ଷାରେ ପ୍ରଭାବ ପଡୁଛି। ଗ୍ରାମରେ ୩୮୦ ପରିବାର ବସବାସ କରୁଛନ୍ତି। ଏଣୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି କି ଅବୈଧ ମଦ କାରବାରକୁ ତୁରନ୍ତ ବନ୍ଦ କରିବା ସହ ଆଇନଗତ ପଦକ୍ଷେପ ନେବାକୁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଗ୍ରାମରେ ରହୁଥିବା ମହିଳା, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ହେବା ସହ ଗ୍ରାମରେ ଶାନ୍ତି ରହିବ ବୋଲି ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande