
ସମ୍ବଲପୁର, ୦୫, ଜାନୁଆରୀ (ହି.ସ.)ଆଜି ସମ୍ୱଲପୁର ଜିଲ୍ଲା ଧନକଉଡା ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୩୬ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୩୩ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ସି.ଏମ. ଆର. ଏଫ ଅଧୀନ ରେ ୦୧ ଜଣଙ୍କୁ ସମୁଦାୟ ୧୫, ୦୦୦ ଟଙ୍କା ଏବଂ ରେଡକ୍ରସ ଅଧୀନରେ ସହାୟତା ୦୧ ଜଣଙ୍କୁ ସମୁଦାୟ ୨୫, ୦୦୦ ଟଙ୍କା ପ୍ରଦାନ କରାଗଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ