ଗଞ୍ଜେଇ ଚାଲାଣ ରେ ନିୟୋଜିତ ମହିଳା: ତିନି ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ
Ganja chalan news from phulbani
ଗଞ୍ଜେଇ ଚାଲାଣ ରେ ନିୟୋଜିତ ମହିଳା: ତିନି ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ


କନ୍ଧମାଳ, ୦୫ ଜାନୁଆରୀ(ହି.ସ.) – କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ଦଳର ପେଟ୍ରୋଲିଂ ବେଳେ ଚୋରା ଗଞ୍ଜେଇ ଚାଲାଣକାରୀ ତିନି ଜଣ ମହିଳାଙ୍କୁ ପୋଲିସ ପେଟ୍ରୋଲିଂ ଦଳ ଏସଆଇ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ହାବୁଡ଼ରେ ପଡ଼ିଥିଲେ। ଉକ୍ତ ଗଞ୍ଜେଇ ଅଖାକୁ ପୋଲିସ ତନଖି କରି ଗଞ୍ଜେଇ ଜବତ କରିଥିଲେ। ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଅଖାରେ ଥିବା ୨୮ କେଜି ଗଞ୍ଜେଇ ସହ ମୋବାଇଲ୍ ଦୁଇଟି ଜବତ କରିଥିଲେ। ତଦନ୍ତ ଅଧିକାରୀ ଥାନା ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଏ ସକ୍ରାନ୍ତରେ ଥାନା କେସ ନଂ ୦୪/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଚାଲାଣକାରୀ ତିନି ମହିଳା ଆସାମୀ ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତିନିହେଁ ହିରାଦେଇପୁରୁ ଗ୍ରାମର ବିଶ୍ୱନାଥ ସ୍ୱାଇଁଙ୍କ ସ୍ତ୍ରୀ ସୁକାନ୍ତି ସ୍ୱାଇଁ, ଗୋଲେଖ ସ୍ୱାଇଁଙ୍କ ସ୍ତ୍ରୀ ରୀତା ସ୍ୱାଇଁ ଓ ସନ୍ତୋଷ ଜେନାଙ୍କ ସ୍ତ୍ରୀ ମାନସୀ ଜେନାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande