ହଳଦିଆ ତାନ୍ତ୍ରିକ ବାବାଙ୍କୁ ହଟାଇବାକୁ ଦାବି
କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବଛରାଇ ପଂଚାୟତ ପେଣ୍ଠ ବାଲିକୁଦା ଗ୍ରାମର ସରକାରୀ ଜମିରେ ଜବର ଦଖଲ କରି ନିଜର ତାନ୍ତ୍ରିକ ଅଟାଳିକା କରିଥିବା ବାଙ୍ଗଲାଦେଶୀ ହଳଦିଆ ବାବାଙ୍କୁ ହଟାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକଙ୍କୁ ଏକ ଦାବିପତ୍ର
ହଳଦିଆ ତାନ୍ତ୍ରିକ ବାବାଙ୍କୁ ହଟାଇବାକୁ ଦାବି


କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବଛରାଇ ପଂଚାୟତ ପେଣ୍ଠ ବାଲିକୁଦା ଗ୍ରାମର ସରକାରୀ ଜମିରେ ଜବର ଦଖଲ କରି ନିଜର ତାନ୍ତ୍ରିକ ଅଟାଳିକା କରିଥିବା ବାଙ୍ଗଲାଦେଶୀ ହଳଦିଆ ବାବାଙ୍କୁ ହଟାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ସୂଚନା ଥାଉକି ବହୁବର୍ଷ ଧରି ବାଙ୍ଗଲାଦେଶରୁ ଆସିଥିବା ହଳଦିଆ ବାବା ବେଆଇନ ଭାବେ କାଉଁରୀ ହାଡ଼ ରଖି ପୂଜାଅର୍ଚନା କରି ଲୋକମାନଙ୍କୁ ଝଡାଫୁଙ୍କା କରିବା ଯାଦୁ ଦେଖାଇ ନିରୀହ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମାର୍ଶାଘାଇ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ତହସିଲଦାର ରାଜନୈତିକ ଚାପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande