
ଖୋର୍ଦ୍ଧା, 05 ଜାନୁଆରି (ହି.ସ.)ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ପବିତ୍ର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଏବଂ ଖୋର୍ଦ୍ଧା ମାଟିର ଗର୍ବ ଓ ଗୌରବ ସ୍ଵାଧୀନତା ସଂଗ୍ରାମୀ ବୀର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ସାଧାରଣତନ୍ତ୍ର ଦିବସ ଏବଂ ବକ୍ସି ଜଗବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ କୁ ସ୍ମରଣୀୟ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ବେଉରା ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟା ଏବଂ ସଦସ୍ୟ ମାନଙ୍କ ମତାମତ ଲୋଡିଥିଲେ l ପ୍ରସ୍ତାବ ଅନୁମୋଦନ କ୍ରମେ ସାଧାରଣ ତନ୍ତ୍ର ଦିବସ ଦିନ ପ୍ରତ୍ୟୁଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ପୌର ପରିଷଦ ଅଞ୍ଚଳରେ ରାମଧୁନ ପ୍ରଚାର କରାଯିବ l ପରେ ସକାଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନିଜନିଜ ଅଞ୍ଚାଳରେ ପ୍ରଭାତ ଫେରି କରାଯିବା ସହ ସକାଳ ୭ ଘଟିକା ସମୟରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ସକାଳ ୭ ଘଟିକା ୩୦ ମିନିଟ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଜାତୀୟ ପାତାକା ଉତ୍ତୋଳନ କରାଯିବ l ଜିଲ୍ଲା ସ୍ତରୀୟ ମୁଖ୍ୟ ଉତ୍ସବ ଜିଲ୍ଲା ସଦର ମହକୁମା ବି ଜେ ବି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବ l ଉତ୍ସବର ମୁଖ୍ୟ ଅତିଥି ସକାଳ ୯ ଘଟିକା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିବେ l ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସଡ଼କ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଜୀବନ ରକ୍ଷା କାରୀ (ଗୁଡ଼ ସମରିଟାନ୍)ଙ୍କୁ ଓ କ୍ରୀଡ଼ା କ୍ଷେତ୍ରରେ ଆନ୍ତର୍ଜାତୀୟ କ୍ଷେତ୍ର ରେ ଶ୍ରେଷ୍ଠତା ପ୍ରତିପାଦିତ ନିମନ୍ତେ କ୍ରୀଡ଼ାବିତ ଙ୍କୁ ସମ୍ବର୍ଦ୍ଧିତ କରାଯିବ l ସେହିପରି ବକ୍ସି ଜଗବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ସି ଙ୍କ ଜୀବନୀ ଉପରେ ବକ୍ତୃତା ପ୍ରତିଯୋଗିତା ବି ଜେ ବି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ l ଆସନ୍ତା ୨୪ ତାରିଖରେ ବି ଜେ ବି ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାଧାରଣ ସଭା ଅନୁଷ୍ଠିତ ହେବ l ବିଦ୍ୟାଳୟ ପରିସରରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ ଅତିଥି ମାନଙ୍କ ଦ୍ଵାରା କରାଯିବ l ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅଭ୍ୟାସ ପ୍ୟାରେଡ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଏବଂ ମୁଖ୍ୟ ଉତ୍ସବ ୨୬ ତାରିଖ ଦିନ ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ l ଦିବସରେ ବିଭିନ୍ନ ବିଭାଗର ରାଜ୍ୟ ସରକାରଙ୍କ ଅଗ୍ରଣୀ ଯୋଜନାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯିବ l ଜାତୀୟ ପତାକାକୁ ସମସ୍ତ କାର୍ଯ୍ୟାଳୟ ସୂର୍ଯ୍ୟାସ୍ତ ପୂର୍ବରୁ ଅବତରଣ କରିବାକୁ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଉତ୍ସବକୁ ସଫଳ କରିବା ନିମନ୍ତେ ପୂର୍ତ୍ତ ବିଭାଗ, ପାନୀୟ ଜଳ ବିଭାଗ, ପୌର ପରିଷଦ, ଅଗ୍ନିଶମ ସେବା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା କ୍ରୀଡ଼ା ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ, ପ୍ରାଣ ନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଜିଲ୍ଲା ପୋଲିସ ପ୍ରଶାସନ , ଉଦ୍ୟାନ କୃଷି ସମେତ ସମୃକ୍ତ ସମସ୍ତ ସରକାରୀ ବିଭାଗ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରିବା ନିମନ୍ତେ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ l ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ,ଡେପୁଟୀ କଲେକ୍ଟର ଶ୍ରୀତପା ମିଶ୍ର, ମନୋଜ କୁମାର ସେନାପତି, ରଞ୍ଜନ କୁମାର ମହାନ୍ତି, ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ଦେବ ପ୍ରସାଦ ମଜୁମଦାର, ଶିକ୍ଷାବିତ୍ ଭୀମ ସେନ୍ ପ୍ରଧାନ, ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ, ରାମଶଙ୍କର,, ସତ୍ୟବାଦୀ ବଳିୟାର ସିଂହ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗିତାଂଶୁ ମୋହନ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ପ୍ରାଣ ନାଥ ମହାବିଦ୍ୟାଳୟ ଅଧ୍ୟାପକ ସୁବୋଧ କୁମାର ଜଗଦେବ, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ସରୋଜ କୁମାର ମିଶ୍ର, ଅଗ୍ନିଶମ ସେବା ଅଧିକାରୀ ଗୌତମ ସାମନ୍ତରା, ଆଦର୍ଶ ଥାନା , ଖୋର୍ଦ୍ଧା ଅତିରିକ୍ତ ଥାନା ଅଧିକାରୀ ଭାଗ୍ୟଶ୍ରୀ ବେହେରା, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ, ଆରକ୍ଷିତ ଆରକ୍ଷୀ ନିରୀକ୍ଷକ ବିଜୟ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ମୁଖ୍ୟ
ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ୱାଟକୋ ସହକାରୀ ପରିଚାଳକ ସୌମ୍ୟ ରଞ୍ଜନ ବାରିକ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଆସିଟାଣ୍ଟ କଲେକ୍ଟର, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ