ମନରେଗା ଏନଏମଏମଏସ ପୋର୍ଟାଲରେ ଚଂକତା : ଶ୍ରମିକଙ୍କ ନାମ ବଦଳୁଛି ହେଲେ ଫୋଟୋ ସମାନ
ମୁଖୀଗୁଡା, ୫ଜାନୁଆରୀ (ହି ସ): ଅଂଚଳରେ କାମ ଧନ୍ଦା ମିଳୁ ନାହିଁ ବୋଲି ରାଜ୍ୟ ବାହାରକୁ ଦାଦନ ଯାଉଛନ୍ତି ଦାଦନ ରୋକିବାକୁ ସରକାର ମନରେଗା ଯୋଳନା କଲେ କାମ ବି ହେଉଛି ହେଲେ ଯେତେ କାମ ହେଉଛି ଅଧିକାଂଶ କାମ କାଗଜପତ୍ରରେ ଶ୍ରମିକ କରୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ଅନେକ କାମରେ ଶ୍ରମିକଙ୍କ ଫୋ
Mnrega


ମନରେଗା


ମୁଖୀଗୁଡା, ୫ଜାନୁଆରୀ (ହି ସ): ଅଂଚଳରେ କାମ ଧନ୍ଦା ମିଳୁ ନାହିଁ ବୋଲି ରାଜ୍ୟ ବାହାରକୁ ଦାଦନ ଯାଉଛନ୍ତି ଦାଦନ ରୋକିବାକୁ ସରକାର ମନରେଗା ଯୋଳନା କଲେ କାମ ବି ହେଉଛି ହେଲେ ଯେତେ କାମ ହେଉଛି ଅଧିକାଂଶ କାମ କାଗଜପତ୍ରରେ ଶ୍ରମିକ କରୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ଅନେକ କାମରେ ଶ୍ରମିକଙ୍କ ଫୋଟୋ ବ୍ୟବହାର କରାଯାଉଛି କିନ୍ତୁ ସେମାନେ କାମ କରୁନାହାନ୍ତି । ମଷ୍ଟରରୋଲରେ ମହିଳା କାମ କରୁଥିବା ଦର୍ଶାଉ ଥିବାବେଳେ, କେତେକ ପ୍ରକଳ୍ପରେ ପୁରୁୁୁଷ ଶ୍ରମିକଙ୍କ ଫୋଟୋ ରହିଛି । ଶ୍ରମିକଙ୍କନାଁରେ ନୀରିହ ଶ୍ରମିକଙ୍କୁ ଲୁଟ କରଯାଉଛି।

ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ବଡକର୍ଲ।କୋଟ ପଂଚାୟତରେ ୨ଟି କାମରେ ୯୮ଜଣ ,ବାଣ୍ଡିଗାଁ ପଂଚାୟତରେ୨ଟି କାମରେ ୫୩, ବାନେର ପଂଚାୟତରେ ୫ଟି କାମରେ ୧୬୬,ଭଇଁରିପାଳି ପଂଚାୟତରେ ୨ ଟି କାମରେ ୫୦ଜଣ ,ଭେଜିଗୁଡା ପଂଚାୟତରେ ୨ଟି କାମରେ ୮୭ଜଣ, ଜୟପାଟଣା ପଂଚାୟତରେ ୩ଟି କାମରେ ୪୪ଜଣ ମଙ୍ଗଳପୁର ପଂଚାୟତରେ ୨ଟି କାମରେ ୬୯,ପ୍ରତାପୁର ପଂଚାୟତରେ ୩ଟି କାମରେ ୧୧୦,ରଣମାଲ ପଂଚାୟତରେ ୩ଟି କାମରେ ୧୬୦,ସର୍ଗିଗୁଡା। ପଂଚାୟତରେ ,୨ଟି କାମରେ ୧୦୨ଜଣ, ଉଛୁଳା ପଂଚାୟତରେ ୨ଟି କାମରେ ୬୯ଜଣ ଶ୍ରମିକ କାମ କରୁଥିବା ଦର୍ଶାଯାଇଛି । ହେଲେ ଅନେକ ପଂଚାୟତରେ ମନରେଗା ଶ୍ରମିକ ଟଙ୍କା ଚଂଚକତା କରି ବାଟମାରଣ କରାଯାଉଥିବା ଅଭିଯୋଗ ହେଉଛି ।

ଯୋଜନାରେ କାମରେ ଶ୍ରମିକ କାଗଜ ପତ୍ର ରେ ଶ୍ରମିକ ନିୟୋଜିତ ହୋଉଛନ୍ତି । ମନରେଗାର ନିୟମ ଅନୁସାରେ , ଗୋଟିଏ ମଷ୍ଟରରୋଲ ରେ ୧୦ଜଣ ଶ୍ରମିକଙ୍କ ଉପସ୍ଥାନ ପଡ଼ିଥାଏ । ତେଣୁ ଯଦି କୌଣସି ପ୍ରକଳ୍ପ କାମରେ ୩୦କଣ ଶ୍ରମିକ ନିଯୋଜିତ ହେଲେ ତେବେ ସେହି ହାରରେ ୩ଟି ମଷ୍ଟରରୋଲ୍ ଉପସ୍ଥାନ ପାଇଁ ବ୍ୟବହାର ହୋଇଥାଏ । ୩ଟି ମଷ୍ଟରରୋଲ ପାଇଁ ମନରେଗାର ଏନଏମ୍ ଏମ୍ ଏସ ପୋର୍ଟାଲରେ ୩ଟି ଶ୍ରମିକ ଦଳର ଫଟୋ, ଭିନ୍ନଭିନ୍ନ କାମ ଚାଲିଥିବା ସ୍ଥାନର

ଅପଲୋଡ଼ ହେବା କଥା । ହେଲେ ପଂଚାୟତ ସ୍ତରୀୟ ସରକାରୀ ବାବୁ ଏହି ନିୟମକୁ ମାନୁ ନାହାନ୍ତି । ଗୋଟିଏ ଶ୍ରମିକ ଦଳର ଫଟୋକୁହିଁ ଅଫଲୋଡ଼ କରିଛନ୍ତି । ଭଇଁରି ପାଳି ପଂଚାୟତ ୱ।ର୍କ କୋଡ ୨୪୧୦୦୧୦୦୦୬/ଆଇସି/୧୦୬୪୮୯୦୩ ମଷ୍ଟରରୋଲ ନମ୍ବର ୧୨୫୫୦ ରେ କାମ କରୁଥିବା ଶ୍ରମିକଙ୍କ ନାମ ଭାନୁମତି ଶବର, ଯଇନେକା ,ନାରାୟଣ ଶବର ,କେଶବ ଶବର ,କୁନ୍ତଳା ଶବର ରହିଛି । ଏଥିରେ ୩ମହିଳା ଶ୍ରମିକ କାମ କରିଥିବା ଦର୍ଶାଯାଇଛି ହେଲେ ୩ମହିଳାଙ୍କ ଫୋଟ ଜାଗାରେ ୫ଜଣ ପୁରୁଷଙ୍କ ଫୋଟୋ ରହିଛି ।ଉକ୍ତ କାମର ମଷ୍ଟରରୋଲ ନମ୍ବର ୧୨୫୪୯ରେ ୧୦ଜଣ ଶ୍ରମିକଙ୍କ ନାମ ଉଲ୍ଲେଖ ରହିଛି ।୧୦ଜଣ ମଧ୍ୟରୁ ୪ଜଣ ମହିଳା ରହିଥିଲେ ହେଁ କେବଳ ପୁରୁଷ ଶ୍ରମିକଙ୍କ ଫୋଟୋ ରହିଛି । ମଷ୍ଟରରୋଲ ନମ୍ବର୧୨୫୪୮ରେ ମଧ୍ୟ ୪ମହିଳା ଶ୍ରମିକଙ୍କ ନାମ ଗୋମତି ଶବର ,ସସ୍ମିତା ଶବର ,ପ୍ରେମସିଲା ଶବର ,ପ୍ରମିଳା ଶବର ଙ୍କ ନାମ ରହିଥିଳେହେଁ ସେମାନଙ୍କ ଜାଗାରେ ପୁରୁଷ ଶ୍ରମିକଙ୍କ ଫୋଟୋ ରହିଛି । ମଷ୍ଟରରୋଲ ନମ୍ବର୧୨୫୪୮ ଏବଂ ମଷ୍ଟରରୋଲ ନମ୍ବର ୧୨୫୪୯ରେ ସମାନ ଫୋଟୋ ରହିଛି ।ଉକ୍ତ ପଂଚାୟତର ୱାର୍କ କୋଡ଼ ନମ୍ବର ୨୪୧୦୦୧୦୦୬/ଆରସି/ ୧୦୬୫୪୪୯୯, ମଷ୍ଟରରୋଲ ନମ୍ବର ୧୨୧୨୮ ଏବଂ ମଷ୍ଟରରୋଲ ନମ୍ବର ୧୨୧୨୯ରେ ସମାନ ଫୋଟୋ ରହିଛି । ସେହିପରି ଜୟପାଟଣା ପଂଚାୟତ ୱାର୍କ କୋଡ଼ ୨୪୧୦୦୧୦/ଆରସି /୧୦୬୨୩୧୫୨ ,ମଷ୍ଟରରୋଲ ନମ୍ବର ୧୨୪୧୫ ଏବଂ ମଷ୍ଟରରୋଲ ନମ୍ବର ୧୨୪୧୬ରେ ଶ୍ରମିକଙ୍କ ସମାନ ଫୋଟୋ ରହିଛି । ଶ୍ରମିକକାମ କରୁଥିବା ସ୍ଥାନ ଏବଂ କାମ କରୁଥିବା ଅବସ୍ଥାର ଫୋଟୋ ଅଫଲୋଡ଼ ନ ହୋଇ କେବଳ ଠିଆ ହୋଇଥିବା ଗ୍ରୁପ ଫୋଟୋ ଅଫ ଲୋଡ଼ କରାଯାଇଛି । ଶ୍ରମିକଙ୍କ ଜବ କାର୍ଡ ଭଡାରେ ଲାଗୁଥିବା ବେଳେ କିପରି ମନରେଗା କାମ ଜୟପାଟଣା ବ୍ଲକରେ ହେଉଥିବ ସହଜେ ଅନୁମେୟ। ଏପରିକି କେତେକ ମଷ୍ଟରରୋଲରେ କାମ କରିନଥିବା ଶ୍ରମିକଙ୍କ ନାଁ, ବ୍ୟାଙ୍କ ଆକାଉଂଟ ଯୋଡ଼ି ମନରେଗାଁ ଟଙ୍କା ପକାଇବା ପରେ ଅନୁଦାନ ବାଟ ମାଗଣା କରୁଥିବା ଅଭିଯୋଗ ହେଉଛି । ଫଳରେ ବଲାଇ, ମଧ୍ୟସ୍ଥି ଏବଂ କେତେକ ଅସାଧୁ ଅଧିକାରୀ ଏଭଳି କାମରେ ମାଲା ମାଲ ହେଉଥିବା ବେଳେ କାମଧନ୍ଦା ଅପେକ୍ଷାରେ ଥିବା ଶ୍ରମିକ କାମ ପାଉନାହିଁ । ଶ୍ରମିକଙ୍କ ହାତରୁ କାମ ଛଡ଼ାଇ ନେଇ କାଗଜପତ୍ରରେ କାମ କରାଯାଉଛି । ଜୟପାଟଣା ବ୍ଳକରଏଭଳି ବେଆଇନ କାର୍ଯ୍ୟ ଚାଲିଛି । ଯାହାର ତଦନ୍ତ କରାଯିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande