

ସମ୍ବଲପୁର, ୦୫, ଜାନୁଆରୀ (ହି.ସ.)
ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ପରମାଣପୁର ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ସାବିତ୍ରୀ ବାଇ ଫୁଲେଙ୍କ ୧୯୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଲିତ ହୋଇଥିଲା । ଏଥିରେ ଶିକ୍ଷାବିଦ ପଦ୍ମଲୋଚନ ନାଥ ସଭାପତିତ୍ୱ କରିଥିବା ବେଲେ ସମ୍ବଲପୁରୀ ଗୀତିକାରି ତଥା ସଙ୍ଗଠକ ବିଭୂତି ଭୂଷଣ ନାଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି କାଯର୍ୟକ୍ରମରେ ଡ. ଝସକେତନ ସାହୁ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଅଶ୍ୱିନୀ ବାରିକ ମୁଖ୍ୟବକ୍ତା ଏବଂ ତ୍ରୀଲୋଚନ ସାହୁ ଏବଂ ରାଜଲକ୍ଷ୍ମୀ ମିଶ୍ର ସମ୍ମାନିତ ଅତିଥି ଭାବେ ସଞ୍ଚାସୀନ ରହିଥିଲେ । ଅତିଥି ମାନେ ପ୍ରଥମେ ସ୍ବର୍ଗୀୟ ସାବିତ୍ରୀ ବାଇ ଫୁଲେଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦ୍ୱିପ ପ୍ରଜ୍ୱ୍ବଳନ କରିବା ପରେ ଅତିଥି ମାନେ ସାବିତ୍ରୀ ବାଇଙ୍କ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବିଭୂତି ଭୁଷଣ ନାଥ କହିଥିଲେ ଯେ, ନାରୀ ଶିକ୍ଷିତ ହେଲେ ସମାଜ ଅଗ୍ରଗତି କରେ ଏକଥା ସାବିତ୍ରୀ ବାଇ ବୁଝି ପାରିଥିଲେ । ସେଥିପାଇଁ ନାରୀଶିକ୍ଷା ଏବଂ ନାରୀ ଜାଗରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ। ଇଂରେଜ ଶାସନ ସମୟରେ ନାରୀ ମାନଙ୍କ ମଧ୍ୟରେ ଶିକ୍ଷାର ଅଭାବ ତତ୍କାଲିନ ସମାଜକୁ କଲୁଷିତ କରିବାରେ ସହାୟକ ହୋଇଥିଲା ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଅଧ୍ୟାପକ ଅଶ୍ୱିନୀ ବାରିକ କହିଥିଲେ ଯେ ସାବିତ୍ରୀ ବାଇ ଫୁଲେ ଭାରତରେ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରି ନିଜେ ପ୍ରଥମ ମହିଳା ଶିକ୍ଷୟତ୍ରୀ ହେବା ପଛରେ ଅନେକ ସଂଘର୍ଷ ଲୁଚି ରହିଛି । ତେବେ ସାବୀତ୍ରୀ ବାଇ ଫୁଲେଙ୍କ ସଂଘର୍ଷ ଆଜି ଦେଶ ଗଠନରେ ସହାୟକ ହୋଇ ପାରିଥିବା ସେ କହିଥିଲେ । କାଯର୍ୟକ୍ରମରେ ପରମାଣପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ତଥା ଅଞ୍ଚଲର ବୁଦ୍ଧିଜୀବୀ ମାନେ କାଯର୍ୟକ୍ରମରେ ଉପସ୍ଥିତ ରହିଥିଲେ । କାଯର୍ୟକ୍ରମ ଆୟୋଜନରେ ଲଲିତ ମୋହନ ପଧାନ, ସୁଶିଲ ନାଥ, ଭରଦ୍ୱାଜ ହଲଦିଆ ପ୍ରମୁଖ ଦାୟିତ୍ୱ ତୁଳାଇଥିଲେ । ଆୟୋଜନରେ ଉଜାଗର ବାରିକ, ରାଜବିହାରୀ ନାଥ, ବୁଦ୍ଧଦେବ ବେହେରା, ବୈକୁଣ୍ଠ ନାଥ, ଫକୀର ପୃଷ୍ଟୀ, ଗଜରାଜ ସୋହେଲା, ପନ୍ମାନାଭ ନାଥ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଲି ଅର୍ପଣ କରିଥିଲ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ