୬୦ ହଜାର ଟଙ୍କା ଲାଂଚ ନେବାବେଳେ ଧରାପଡିଲେ ସହକାରୀ ନିର୍ବାହି ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ
ବାରିପଦା, ୫ ଜାନୁଆରୀ (ହି.ସ.)- ୬୦ ହଜାର ଟଙ୍କା ଲାଂଚ ନେବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଉଦଳା ଉପଖଣ୍ଡ ଉଠାଜଳସେଚନ ନିଗମର ସହକାରୀ ନିର୍ବାହି ଯନ୍ତ୍ରୀ ହରେକୃଷ୍ଣ ସିଂ ଓ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି । ଏକ ବିଲ୍ ପାସ୍ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କ ଠାରୁ ଏମାନେ ପ୍ର
ସହକାରୀ ନିର୍ବାହି ଯନ୍ତ୍ରୀ ହରେକୃଷ୍ଣ ସିଂ ଓ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି


ଭିଜିଲାନ୍ସ


ବାରିପଦା, ୫ ଜାନୁଆରୀ (ହି.ସ.)- ୬୦ ହଜାର ଟଙ୍କା ଲାଂଚ ନେବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଉଦଳା ଉପଖଣ୍ଡ ଉଠାଜଳସେଚନ ନିଗମର ସହକାରୀ ନିର୍ବାହି ଯନ୍ତ୍ରୀ ହରେକୃଷ୍ଣ ସିଂ ଓ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି । ଏକ ବିଲ୍ ପାସ୍ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କ ଠାରୁ ଏମାନେ ପ୍ରଥମ କିସ୍ତି ବାବଦ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି । ଦୁହିଁଙ୍କ ଠାରୁ ସମସ୍ତ କେମିକାଲ ବୋଳା ନୋଟ୍ ଜବତ ହୋଇଛି । ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ (କେସ୍ ନମ୍ବର ୧/୨୦୨୬), ପିସି (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଶ୍ରୀ ସିଂଙ୍କ ୨ଟି ସ୍ଥାନ ଏବଂ ଶ୍ରୀ ମହାନ୍ତିଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି । ଶ୍ରୀ ସିଂଙ୍କ ଉଦଳା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ଏବଂ ଶ୍ରୀ ମହାନ୍ତିଙ୍କ ବାରିପଦା ସ୍ଥିତ କାର୍ଯ୍ୟାଳୟ, ଉଦଳା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି ।

ସୂଚନାଯୋଗ୍ୟ, ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍ (୫ ଲକ୍ଷ ଟଙ୍କା) ଏବଂ ସିକ୍ୟୁରିଟି ଡିପୋଜିଟ ଛାଡ଼ିବା ପାଇଁ ସହକାରୀ ନିର୍ବାହି ଯନ୍ତ୍ରୀ ୧.୫ ପ୍ରତିଶତ ଓ କନିଷ୍ଠ ଯନ୍ତ୍ରୀ ୩ ପ୍ରତିଶତ ହିସାବରେ ୧ ଲକ୍ଷ ୧୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଠିକାଦାର ପ୍ରଥମ କିସ୍ତିରେ ସହକାରୀ ଯନ୍ତ୍ରୀଙ୍କୁ ୩୨ ହଜାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ୨୮ ହଜାର ଏହିପରି ମୋଟ୍ ୬୦ ହଜାର ଟଙ୍କା ଲାଂଚ ଦେଉଥିଲେ । ଏହି ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ଦୁଇ ଅଧିକାରୀଙ୍କ ଉପରେ ଝାମ୍ପି ପଡିଥିଲେ ଏବଂ ସେମାନଙ୍କ ନିକଟରୁ ଲାଂଚ ଟଙ୍କା ଜବତ କରିଥିଲେ । ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି ବାରିପଦା ଉପଖଣ୍ଡ ଉଠାଜଳସେଚନ ନିଗମର କନିଷ୍ଠ ଯନ୍ତ୍ରୀ ଦାୟିତ୍ଵ ସହିତ ଉଦଳା ଉପଖଣ୍ଡର ଅତିରିକ୍ତ ଦାୟିତ୍ଵରେ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande