ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ
ପୁରୀ, ୫ ଜାନୁଆରୀ (ହି.ସ.)- ଓଡ଼ିଶାର ଐତିହ୍ୟ ପୁରୀର ରାଜପ୍ରସାଦ ତଥା ଶ୍ରୀନଅରରେ ସୋମବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ବା ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଭ
ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ


ପୁରୀ, ୫ ଜାନୁଆରୀ (ହି.ସ.)- ଓଡ଼ିଶାର ଐତିହ୍ୟ ପୁରୀର ରାଜପ୍ରସାଦ ତଥା ଶ୍ରୀନଅରରେ ସୋମବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ବା ରାଜାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଗଜପତି ମହାରାଜାଙ୍କ ଏହି ଦିବ୍ୟ ଅଭିଷେକ ରୀତି ପାଳନ କରାଯାଇଥାଏ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲି ଆସୁଛି । ଯାହା ମହାରାଜାଙ୍କ ଭୂମିକାକୁ ଦେବତାଙ୍କ ଜୀବନ୍ତ ପ୍ରତିନିଧି ଭାବରେ ପ୍ରତିପାଦନ କରୁଛି ଓ 'ଚଳନ୍ତି ପ୍ରତିମା' ଭାବରେ ମହାରାଜାଙ୍କୁ ପୂଜା କରାଯାଇଥାଏ ।

ଉତ୍ସବ ଆରମ୍ଭ ହେବାପରେ ମହାରାଜା ସୁସଜ୍ଜିତ ସିଂହାସନରେ ବସିଥିଲେ । ପୁରୋହିତ ଏବଂ ସେବକମାନେ ବୈଦିକ ସ୍ତୁତି ଗାନ କରିଥିଲେ । ରାଜାଭିଷେକ ବିଧି ମାଧ୍ୟମରେ ରାଜା ପ୍ରଭୁ ଜଗନ୍ନାଥଙ୍କ ସହିତ ତାଙ୍କର ପବିତ୍ର ସମ୍ପର୍କକୁ ନବୀକରଣ କରିଥିଲେ । ଏଥିସହିତ ମନ୍ଦିର ପରମ୍ପରାର ରକ୍ଷକ ଭାବରେ ତାଙ୍କର ଭୂମିକାକୁ ଦୃଢ଼ କରିଥିଲେ । ଏହା ଏକ ବିଶାଳ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ । ରାଜାଙ୍କ ଦିବ୍ୟ ଦାୟିତ୍ୱକୁ ଦର୍ଶାଇବା ସହ ରାଜପରିବାର ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ସମ୍ପର୍କକୁ ମଧ୍ୟ ମଜବୁତ କରେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande