ପାଣି ପଂଚାୟତ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – ଓଡିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ ୨୦୨୫-୨୬ ଉପଲକ୍ଷେ ଏକ ବିଭାଜନ ସ୍ତରୀୟ ପ୍ରତିଯୋଗିତା ସେଂଟର ଜାଭିୟର ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଜଳ ସେଚନ ଓ ଉଠା ଜଳସେଚନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର
---------------ପାଣି ପଂଚାୟତ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା


କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – ଓଡିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ ୨୦୨୫-୨୬ ଉପଲକ୍ଷେ ଏକ ବିଭାଜନ ସ୍ତରୀୟ ପ୍ରତିଯୋଗିତା ସେଂଟର ଜାଭିୟର ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଜଳ ସେଚନ ଓ ଉଠା ଜଳସେଚନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେଂଟର ଜାଭିୟର ସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଭଞ୍ଜ କିଶୋର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦିପ କୁମାର ସ୍ୱାଇଁ, ସହକାରୀ ଯନ୍ତ୍ରୀ ନିମାଇଁ ଚରଣ ସେଠୀ, ପ୍ରଜ୍ଞା ପରମିତା ସାମନ୍ତରାୟ, ପ୍ରମୋଦ କୁମାର ରାୟ, ରଶ୍ମିରଂଜନ ଖୁଂଟିଆ, ଦୁଃଶାସନ ବାରିକ ପ୍ରମୁଖ ଉପସ୍ଥିତ ହୋଇ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande