
କେନ୍ଦ୍ରାପଡ଼ା, ୦୫ ଜାନୁଆରୀ(ହି.ସ.) – ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୦୮ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ ୯୩ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଜଣଙ୍କୁ ୧୫ ହଜାରଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ୧୪ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା। ପଞ୍ଜିକୃତ ଅଭିଯୋଗଗୁଡ଼ିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗଗୁଡ଼ିକର ସମୀକ୍ଷା କରିଥିଲେ। ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ପଟ୍ଟାମୁଣ୍ଡାଇ ବିଡ଼ିଓ, ତହସିଲଦାର, ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ, କ୍ଷେତ୍ରୀୟ ଅଧିକାରମାନେ ଉପସ୍ଥିତଥିଲେ। ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୨ ଜାନୁଆରୀରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ୧୯ ତାରିଖରେ ବ୍ଲକ କାର୍ଯ୍ୟାଳୟ ରାଜକନିକା ଏବଂ ୨୬ ଜାନୁଆରୀରେ ବ୍ଲକ କାର୍ଯ୍ୟାଳୟ ମାର୍ଶାଘାଇ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି