
ଜୟପୁର, ୦୫ ଜାନୁଆରି (ହି.ସ.) - ଆଜି ଜୟପୁର ପୁଷପୂନି ମହୋତ୍ସବ ର ଚତୁର୍ଥ ଦିବସ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ମଂଟୁ ଛୁରିଆ ଙ୍କ ସଙ୍ଗୀତ ମନ୍ତ୍ର ମୁଗ୍ଧ କରିଥିଲା ଦର୍ଶକଙ୍କୁ। ମଂଚ ଏବଂ ଉପସ୍ଥିତ ଦର୍ଶକ ଙ୍କ ସମନ୍ୱିତ ବହୁତ୍ ସୁନ୍ଦର ଥିଲା। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବରେସବ୍ କଲେକ୍ଟର ଆକାବାରାମ୍ ଶସ୍ୟା ରେଡି ଓ ଏସଡ଼ିପିଓ ପାର୍ଥ ଜଗଦୀଶ କଶ୍ୟପ ଏବଂ ସମାଜ ସେବୀ, କ୍ରୀଡାବିତ୍ , ଓ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ରାଉତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମଂଚ ପରିଚାଳନା କରିଥିଲେ ଶଙ୍କର ପ୍ରହରାଜ। କଳା ଓ କଳାକାର ଗ୍ରୁପ୍ ର ସଭାପତି ମନୋଜ ପାତ୍ର ଓ ସମ୍ପାଦକ ଧିରେନ୍ ମୋହନ ପଟନାୟକ ଜଣେଇଛନ୍ତି ଯେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚାନ୍ଦାହାଣ୍ଡି ର ଘୁମୁରା ନୃତ୍ୟ ଓ ରେଙ୍ଗା (ସିମିଳିଗୁଡା) ରୁ ଦୁରୁଆ ନୃତ୍ୟ ସହିତ ଡାଇନାମିକ ଡାନ୍ସ ଗ୍ରୁପ୍ର ନୃତ୍ୟ ପରିବେଷଣ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି