


ବଲାଙ୍ଗୀର, ୦୫ ଜାନୁଆରୀ(ହି.ସ.) – ଶିକ୍ଷା ବିଭାଗ ତରଫରୁ ସରକାରୀ ବାଳିକା ବିଦ୍ୟାଳୟରେ ରାଣି ଲକ୍ଷ୍ମୀବାଇ ଆତ୍ମରକ୍ଷା ରିଫ୍ରେସର ଟ୍ରେନିଂ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ଏଡିଇଓ ସେବାଶ୍ରୀ ଭୋଇ, ସମ୍ମାନିତ ଅତିଥି ଏଡିଇଓ ରୀନା ବେହେରା, ସେଲ୍ଫ ଡିଫେନ୍ସ ଏକ୍ସପାର୍ଟ ଅସୀମ କୁମାର ଭୋଇ, ଜେଣ୍ଡର କୋଡିନେଟର ସମଗ୍ର ଶିକ୍ଷା ବଲାଙ୍ଗୀର ସନ୍ତୋଷ ମହାରଣା, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନୂତନ ନାୟକ ଯୋଗଦାନ ଦେଇଥିଲେ। ଆଜି ଦିନରେ ସମାଜରେ ସମସ୍ତେ ଆତ୍ମରକ୍ଷା ନେଇ ନିଜ ସଙ୍ଗେ ଅନ୍ୟମାନଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ମୁଖ୍ୟ ଅତିଥି ଶ୍ରୀ ଭୋଇ କହିଥିବାବେଳେ ନାରୀ ସମାଜକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି ଅସୀମ ଭୋଇ କହିଛନ୍ତି। ଏଡିଓ ରୀନା ବେହେରା କହିଛନ୍ତି ଯେ ଆଜି ଦିନରେ ସମସ୍ତ ନାରୀ ରାଣୀ ଲକ୍ଷ୍ମୀବାଇ ସଦୃଶ୍ୟ ନେତୃତ୍ୱ ନେବା ଉଚିତ। ଏଥିରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ୧୧୩ ଜଣ ରିସୋର୍ସ ପାର୍ଶନକୁ ଜାତୀୟ କରାଟେ ପ୍ରଶିକ୍ଷକ ଅସୀମ ଭୋଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ମହାରଣା ପରିଚାଳନା କରିଥିବାବେଳେ ପିଇଟି ରଂଜିତ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ